‘ଜି-୨୦ ବିଶ୍ୱବିଦ୍ୟାଳୟ ସମାପନ’ କାର୍ଯ୍ୟକ୍ରମରେ ଯୁବଶକ୍ତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

0
225
ଦୁନିଆକୁ ଭାରତର ଓ ଭାରତର ଯୁବକ ମାନଙ୍କ ପ୍ରତିଭା ଏବଂ ପ୍ରଦର୍ଶନ ଉଭୟ ଜଣାଅଛି । ଦୁନିଆର ପ୍ରଗତି ପାଇଁ ଭାରତର ପ୍ରଗତି ଏବଂ ଭାରତର ଯୁବକମାନଙ୍କ ପ୍ରଗତି ଆବଶ୍ୟକ ବୋଲି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଜି-୨୦ ବିଶ୍ୱବିଦ୍ୟାଳୟ ଯୋଗାଯୋଗ ସମାପନ ସମାରୋହରେ ଯୁବଶକ୍ତିଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By Our Correspondent

NEW DELHI/BHUBANESWAR:  ଦୁନିଆକୁ ଭାରତର ଓ ଭାରତର ଯୁବକ ମାନଙ୍କ ପ୍ରତିଭା ଏବଂ ପ୍ରଦର୍ଶନ ଉଭୟ ଜଣାଅଛି ।  ଦୁନିଆର ପ୍ରଗତି ପାଇଁ ଭାରତର ପ୍ରଗତି ଏବଂ ଭାରତର ଯୁବକମାନଙ୍କ ପ୍ରଗତି ଆବଶ୍ୟକ ବୋଲି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଜି-୨୦ ବିଶ୍ୱବିଦ୍ୟାଳୟ ଯୋଗାଯୋଗ ସମାପନ ସମାରୋହରେ ଯୁବଶକ୍ତିଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯେଉଁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁବ ଛାତ୍ରଛାତ୍ରୀମାନେ ଦାୟିତ୍ୱ  ନିଅନ୍ତି, ସେହି କାର୍ଯ୍ୟକ୍ରମ ସଫଳ ହିଁ ହୋଇଥାଏ । ଯୁବପିଢିଙ୍କ କାରଣରୁ ହିଁ ସମଗ୍ର ଭାରତ ଏକ ହାପେନିଂ ପ୍ଲେସ୍ ହୋଇସାରିଛି । ପ୍ରଧାନମନ୍ତ୍ରୀ  ଭାରତରେ ଅନୁଷ୍ଠିତ ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଦେଶର ଯୁବ ଶକ୍ତିକୁ ଶ୍ରେୟ ଦେବା ସହ କହିଛନ୍ତି ଯେ ଯେଉଁଠାରେ ଆଶା, ସୁଯୋଗ ଏବଂ ମୁକ୍ତ ଚିନ୍ତାଧାରା ଅଛି ସେଠାରେ ଯୁବଗୋଷ୍ଠୀ ପ୍ରଗତି କରନ୍ତି । ଯେଉଁଭଳି ଉପାୟରେ ଭାରତ ଆଗକୁ ବଢୁଛି, ସେଥିରେ ଯୁବବର୍ଗମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ତେଣୁ ସେମାନେ ବଡ ଭାବନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଜି-୨୦ ପ୍ରେସିଡେନ୍ସିକୁ ସଫଳତାର ସହ ସମାପନ କରିଛି ଏବଂ ଲୋକକଲ୍ୟାଣ ପାଇଁ ସମଗ୍ର ବିଶ୍ୱକୁ ସମବେତ କରାଯିବା ଆମ ପାଇଁ ଗର୍ବର ବିଷୟ । ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା, ମହାମାରୀର ପରବର୍ତ୍ତୀ ଅବସ୍ଥା, ଉର୍ଜା ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଜିଓପଲଟିକାଲ ସମସ୍ୟା ଭଳି ଅନେକ ପ୍ରତିକୂଳ ପରିସ୍ଥିତିରେ ଏହି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଆମର କୂଟନୀତି ଓ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ଓ ବୈଶ୍ୱିକ ନେତୃତ୍ୱର ଛବି ଯୋଗୁଁ ବିଶ୍ୱ କଲ୍ୟାଣ ପାଇଁ ଏହି ସମ୍ମିଳନୀ ସଫଳ ହୋଇପାରିଛି । ଜି-୨୦ର ବିଷୟବସ୍ତୁ ବସୁଧୈବ କୁଟୁମ୍ବକମର ବିଚାରକୁ ଆଗକୁ ନେଇ ଗ୍ଲୋବାଲ୍ ସାଉଥର ସ୍ୱରକୁ ଉପସ୍ଥାପିତ କରିବା ସହ ଆଫ୍ରୀକୀୟ ଦେଶ ସମୂହକୁ ଜି-୨୦ର ସଦସ୍ୟ ଭାବରେ ଗ୍ରହଣ କରାଯିବା ଆଉ ଏକ ବଡ ସଫଳତା ।

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି ଯେ ଜି-୨୦ ବୈଠକରେ ଶିକ୍ଷାକୁ ଏକ ଗ୍ଲୋବାଲ୍ ଏଜେଣ୍ଡା ଭାବରେ ଉପସ୍ଥାପନା କରାଗଲା । ବିଶ୍ୱ ଆଜି ଭାରତର ଶିକ୍ଷା ଓ ଦକ୍ଷତା ବିକାଶ ପରିସଂସ୍ଥାନକୁ ଚିହ୍ନଟ କରିବା ସହ ଅନୁସରଣ କରୁଛି । ଏହା ଜାତୀୟ ଶିକ୍ଷା ନୀତି ପାଇଁ ଏକ ବହୁତ ବଡ ଉପଲବ୍ଧି । ନାରୀ ଶକ୍ତି ବନ୍ଦନ ବିଧେୟକକୁ ଉଭୟ ଗୃହରେ ପାରିତ କରାଯାଇ ମୋଦିଜୀ ଜଣେ ବଳିଷ୍ଠ କର୍ମଯୋଗୀର ପରିଚୟ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ଯୁବଶକ୍ତିଙ୍କୁ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଜନଭାଗିଦାରୀର ନେତୃତ୍ୱ ନେବା ସହ ଜି-୨୦କୁ ଏକ ଜନଆନ୍ଦୋଳନରେ ପରିଣତ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here