ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଯାପିତ, ଆଗାମୀ ବର୍ଷ ପାଞ୍ଚ ଶହ ଷ୍ଟଲ କୁ ନେଇ ହେବ ଅନ୍ତର୍ଜାତୀୟ ଗାନ୍ଧିଶିଳ୍ପ ବଜାର

0
550

By Our Correspondent

PURI/BHUBANESWAR:  ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଦଶ ଦିନ ବ୍ୟାପି ଚାଲିଥିବା ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ- ଗାନ୍ଧିଶିଳ୍ପ ବଜାର ୨୦୨୩ ଉଦଯାପିତ ହୋଇ ଯାଇଛି।ଏହି ଜାତୀୟ ମେଳା କମିଟି ର ଅଧ୍ୟକ୍ଷ  ବଦ୍ରୀ ମିଶ୍ରଙ୍କ ସଭାପତିତ୍ୱ  ଓ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ସମ୍ପାଦକ ରାଜେଶ କୁମାର ମହାନ୍ତିଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଆସନ୍ତା ଡିସେମ୍ବର ଶେଷାର୍ଦ୍ଧା ରେ ଦେଶ ବିଦେଶ ର ପାଞ୍ଚ ଶହ ଗୋଟି ଷ୍ଟଲ କୁ ନେଇ ପୁରୀ ବେଳାଭୂମିରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ତରଫରୁ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ହସ୍ତଶିଳ୍ପ ପ୍ରଦର୍ଶନୀ- ଗାନ୍ଧିଶିଳ୍ପ ବଜାର କରିବା ପାଇଁ ଆମେ ସଂକଳ୍ପ ବଦ୍ଧ। କେବଳ ହସ୍ତଶିଳ୍ପ ନୁହେଁ , ହସ୍ତକଳା, କୁଟୀର ଶିଳ୍ପ, ହସ୍ତତନ୍ତ ଓ ବସ୍ତ୍ର ବଜାର କୁ ନେଇ ଏହା ଅନୁଷ୍ଠିତ ହେବ ।

ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଶିଳ୍ପ ଓ ଶିଳ୍ପୀ ର ବିକାଶ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ସମସ୍ତ ସହଯୋଗ ଦେବେ ବୋଲି ପ୍ରକାଶ କରିବା ସହ ପରାଧୀନ ଭାରତରେ କୁଟୀର ଶିଳ୍ପ ବିକାଶରେ ଗାନ୍ଧୀ ଙ୍କ ଭୂମିକା ଓ ହସ୍ତଶିଳ୍ପ ବିକାଶ ରେ ରାଜ୍ୟ ସରକାର ଙ୍କ ଭୂମିକାର  ସ୍ମୃତିଚାରଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ହସ୍ତଶିଳ୍ପ ଆୟୁକ୍ତର ବରିଷ୍ଠ ସହ ନିର୍ଦ୍ଧେଶକ ଅଶୋକ କୁମାର ହୋତା, ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଅଧିବକ୍ତା ବିଭୁ ପ୍ରସାଦ ତ୍ରିପାଠୀ, ସହ ନିର୍ଦ୍ଧେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ହସ୍ତଶିଳ୍ପ ବିଭାଗ ର ସହ ନିର୍ଦ୍ଧେଶକ ଶ୍ରୀକାନ୍ତ ଶେଖର ଶ୍ରୀଚନ୍ଦନ ଓ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଜୟ ଶଙ୍କର ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ  ପୁରୀକୁ ଜାତୀୟ ମାନଚିତ୍ର ରେ ସ୍ଥାନିତ କରିବାପାଇଁ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଶେଷ କରି ଶିଳ୍ପୀ ମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଦ୍ୱାରା ଆୟୋଜିତ ଏହି ଜାତୀୟ ମେଳା ଏକ ଶ୍ରେଷ୍ଠ ଉଦାହରଣ ବୋଲି ପକାଶ କରିଥିଲେ।

ଏହି ଅବସରରେ ହସ୍ତ ଶିଳ୍ପ ବିଭାଗ ର ବିଭିନ୍ନ ଅଧିକାରୀ ଶ୍ରୀଯୁକ୍ତ ରାମନୁଜ ଓ ଅମର ମିଶ୍ର ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି କାଯ୍ୟକ୍ରମକୁ ଭରତ ନାୟକ ଓ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିବା ବେଳେ ପ୍ରିୟଦର୍ଶିନୀ ଡ଼୍ୟାନ୍ସ ଏକାଡେମୀ ପକ୍ଷରୁ ସମ୍ପାଦିକା ନିତୁ ପ୍ରିୟଦର୍ଶିନୀ ଙ୍କ ନେତୃତ୍ୱରେ ମେଳ ନୃତ୍ୟ ଓ ଶିବ ସୁନ୍ଦର ମିଶ୍ର ଙ୍କ ଦ୍ଵାରା ଏକକ ଅଭିନୟ ସଙ୍ଗୀତ ପ୍ରଦର୍ଶନୀ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ପରିଚଳନା ରେ ବିଦ୍ରୋହ କେଶରୀ ସିଂ, ଦାମୋଦର ଶତପଥୀ, ସଂଗ୍ରାମ କେଶରୀ କାନୁନଗୋ, ବିଶ୍ୱନାଥ ମିଶ୍ର, ହେକ୍ଟର ମିଶ୍ର, ପ୍ରଶାନ୍ତ ସାହୁ, ପୂର୍ଣ ଚନ୍ଦ୍ର ଓଝା, ରାକେଶ କୁମାର ସାହୁ  ପ୍ରମୁଖ ସହଯୋଗ କରିଥିଲେ। ଦଶ ଦିନ ବ୍ୟାପି ଚାଲିଥିବା ଏହି ମେଳାରେ ବିଭିନ୍ନ ରାଜ୍ୟରୁ ୯୮ଟି ଷ୍ଟଲ ଯୋଗ ଦେଇ ଥିବା ବେଳେ ପ୍ରାୟ ୮୨ ଲକ୍ଷ ଟଙ୍କାର ବ୍ୟବସାୟ ହୋଇ ପାରିଥିଲା ବୋଲି ସମ୍ପାଦକ ରାଜେଶ କୁମାର ମହାନ୍ତି ଙ୍କ ଠାରୁ ଜଣା ଯାଇଛି।

LEAVE A REPLY

Please enter your comment!
Please enter your name here