ଜନଜାତିଙ୍କ ଉନ୍ନତି ପାଇଁ ‘ଲାଭ – ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଯୋଜନା ଲାଗୁ କରିବାକୁ କ୍ଯାବିନେଟରେ ନିଷ୍ପତ୍ତି, ରାୟଗଡ଼ରେ ₹୨୫ କୋଟି ବ୍ୟୟରେ ତେନ୍ତୁଳି ପ୍ରକ୍ରିୟାକରଣ ପ୍ଳାଣ୍ଟ ମଧ୍ୟ ପ୍ରତିଷ୍ଠା କରାଯିବ

0
100
CM Naveen Patnaik-file

By Our Correspondent

BHUBANESWAR:   ଜନଜାତିଙ୍କ ଉନ୍ନତି ପାଇଁ ‘ଲାଭ – ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଯୋଜନା ଲାଗୁ କରିବାକୁ କ୍ଯାବିନେଟରେ ନିଷ୍ପତ୍ତି ହୋଇଛି। ଏହା ଅଧୀନରେ ଜନଜାତିମାନେ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରିପାରିବେ।

ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ଯାଙ୍କଖାତାକୁ ପଠାଯିବା ସହ ଟିଡିସିସିଓଏଲ ସହ ଅନୁବନ୍ଧିତ ଏସଏଚଜିଗୁଡ଼ିକୁ ଏହାର ପରିଚାଳନା ଦାୟିତ୍ଵ ଦିଆଯିବ।

ଏହା ଅଧୀନରେ ରାୟଗଡ଼ରେ ₹୨୫ କୋଟି ବ୍ୟୟରେ ତେନ୍ତୁଳି ପ୍ରକ୍ରିୟାକରଣ ପ୍ଳାଣ୍ଟ ମଧ୍ୟ ପ୍ରତିଷ୍ଠା କରାଯିବ। ଲଘୁ ବନଜାତ ଦ୍ରବ୍ୟର ସୁବ୍ୟବସ୍ଥିତ ସଂଗ୍ରହ, ପ୍ରକ୍ରିୟାକରଣ ଓ ବଜାର ବ୍ୟବସ୍ଥାରେ ଏହା ସହାୟକ ହେବା ସହ ଜନଜାତିଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

LEAVE A REPLY

Please enter your comment!
Please enter your name here