ଚୌଦ୍ବାର – ଇମ୍ଫାଶିଳ୍ପଗୋଷ୍ଠୀ ଦ୍ଵାରା ବହୁମୂଖୀ ମାଗଣା ସ୍ଵାସ୍ଥ୍ୟ ଶିବିର

0
298
ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଓ ଦାଇତ୍ଵବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡସନ ଦ୍ଵାରା ଚୌଦ୍ବାରର ଲେବର ତେନାମେଣ୍ଟ କଲୋନୀ ସ୍ଥିତ ଯଯାତୀ କେଶରୀ କ୍ଲବ ସହାୟତାରେ ଏକ ବହୁମୂଖୀ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି

By Our Correspondent

CHOUDWAR/BHUBANESWAR:  ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଓ ଦାଇତ୍ଵବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡସନ ଦ୍ଵାରା ଚୌଦ୍ବାରର ଲେବର ତେନାମେଣ୍ଟ କଲୋନୀ ସ୍ଥିତ ଯଯାତୀ କେଶରୀ କ୍ଲବ  ସହାୟତାରେ ଏକ ବହୁମୂଖୀ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

 ଏହି ଶିବିରଟିକୁ ଚୌଦ୍ବାର ମୁନିସିପାଲିଟିର ଅଧକ୍ଷ୍ୟା ଶ୍ରୀମତୀ ମାନସୀ ସ୍ଵର୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶ୍ରୀ ସୁଭେନ୍ଦୁ ସାମଲ , ଇମ୍ଫା ବରିଷ୍ଠ ପ୍ରଶାସକ ଶ୍ରୀ ଲଲାଟ କିଶୋର ମହାପାତ୍ର , ଶ୍ରୀ ଧୀରେନ କୁମାର ନାଥ ଓ ଡି ଜି ଏମ ଶ୍ରୀ ସାରଦା ପ୍ରସାଦ ରାଓ ଉଦ୍ଦଘାଟନ କରିଥିବାବେଳେ, ମୁନିସିପାଲିଟିର ପ୍ରଶାସନିକ ଅଧିକାରୀ ଶ୍ରୀ ସଂଜୀବ ମହାପାତ୍ର , ୧୦ ନମ୍ବର କାଉନସିଲର ଶ୍ରୀ ବିଜୟ କୁମାର ମଲ୍ଲିକ ,୧୭ ନମ୍ବର କାଉନସିଲର ଶ୍ରୀ ଆଶୁତୋଷ ଦାସ , ୪ ନମ୍ବର ର କାଊନସିଲର ଶ୍ରୀ ଅଜୟ କୁମାର ବେହେରା , ୧୬ ନମ୍ବର ର କାଊନସିଲର ଶ୍ରୀ ଅଜୟ ବେହେରା, ୭ନ କାଉନସିଲର ଶ୍ରୀ ଦିଲ୍ଲୀପ ସାହୁ , ଇମ୍ଫାର  ବରିଷ୍ଠ ଅଧିକାରୀ ମଧ୍ୟରେ, ଶ୍ରୀ ସମରେନ୍ଦ୍ର ବେହୁରା , ଶ୍ରୀ ଉମେଶ ପଟ୍ଟନାୟକ, ଶ୍ରୀ ଆଶୀଷ ଦାସ, ଶ୍ରୀ ବିଷ୍ଣୁ ସାହୁ , ଓ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହି କାର୍ଯକ୍ରମ ସୁପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।

 ଡା॰ ରୋଜାଲିନ ରାଉତରାଯ ( ଭେଷଜ ) , ଡା॰ କାମଦେବ ସେଠୀ ( ସ୍ତ୍ରୀ ପ୍ରସୂତି ବିଭାଗ ), ଡା॰ ହିମାଂଶୁ ସାହୁ ( ଶିଶୁ ରୋଗ ବିଭାଗ ),  ଡା॰ ପାର୍ଥ ଦାସ  ( ଅସ୍ଥି ଶଲ୍ୟ ବିଭାଗ ),ଡା॰ ସବ୍ୟସାଚୀ ମହାପାତ୍ର ( ଭେଷଜ) ,  ଚକ୍ଷୁ ବିଶେଷଜ୍ଞ ବବଲୀ କୁମାରୀ ଓଝା ଓ ସହଯୋଗୀ ଅନ୍ୟାନ୍ୟ ସହକାରୀ ସ୍ଵାସ୍ଥ କର୍ମୀ ଙ୍କ ଦ୍ଵାରା ୪୬୧ ରୁ ଉର୍ଦ୍ଧ ରୋଗୀ ଚିକିଶ୍ଚିତ ହୋଇ ମାଗଣା ଔଷଧ ନେବାର ସୁଯୋଗ ପାଇଥିଲେ ।

ଯଯାତୀ କେଶରୀ କ୍ଳବର ସଦସ୍ୟମାନେ ଓ ସହଯୋଗୀ ଶ୍ରୀ ରଞ୍ଜନ ସାହୁ , ଶ୍ରୀ ଆଶିଷ ବରାଳ, ଶ୍ରୀ ବିରାଜ ଦାସ , ଶ୍ରୀ ସନ୍ତୋଷ ଭୂୟାଁ ଓ ସେହି ୱାର୍ଡର ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ସ୍ବଚ୍ଛ ସାଥି ଯଥା ରଞ୍ଜନ କୁମାର ବାରିକ ,ଉମା ଚରଣ ପାତ୍ର , ରମେଶ ସ୍ଵାଇଁ , କାଜ୍ଜଲ ଭଟ୍ଟ , ସୁରେଖା ସାହୁ , ପ୍ରମିଳା ମଲ୍ଲିକ , ଦମୟନ୍ତୀ ମନ୍ତ୍ରୀ , ଅର୍ଚନା ମହାନ୍ତି , ବୀଣାପାଣି ଦାସ , ଇମ୍ଫା ଓ ବି॰ ଆଇ॰ପି॰ଏଫ ର ସ୍ବଚ୍ଛସେବୀ ଆଦି ଉପସ୍ଥିତି ରହି ରୋଗୀ ମାନଙ୍କୁ ଡକାଇ  ସଚେତନ କରାଇବା ସହ ସ୍ଵାସ୍ଥସେବା ରେ ସାହାଜ୍ୟ କରୁଥିଲେ । ଏହି କାର୍ୟକ୍ରମକୁ  ଇମ୍ଫା ସିନିୟର ମ୍ଯାନେଜର ମାନସ ପ୍ରଧାନଙ୍କ କାର୍ଯ୍ୟ ତତ୍ବାବଧାନ ରେ  ଲୋକସମ୍ପର୍କର ଡି ଜି ଏମ ଶ୍ରୀ ଧୃବ ଚରଣ ରାଉତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here