By Our Correspondent
BHUBANESWAR: ଗ୍ରାମାଞ୍ଚଳବାସୀଙ୍କୁ ଉତ୍ତମ ସୁବିଧା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ୨୭୯ଟି ଗ୍ରାମପଞ୍ଚାୟତରେ ୩,୦୧୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ₹୧୩୯.୫୦ କୋଟିର ଅନୁଦାନ ମଞ୍ଜୁର ହୋଇଛି।
ଏହା ବ୍ଯତୀତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ହସ୍ତଗତ ହୋଇଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀ ୧୭ଟି ପ୍ରକଳ୍ପ ପାଇଁ ₹୨୭୯.୪୨ କୋଟି ଅନୁମୋଦନ କରିଛନ୍ତି। ଏଥିରେ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ଭାବେ ଜଳସଂରକ୍ଷଣ ପ୍ରକଳ୍ପ ସହ ପାରିଜାତ ଓ ଥିମ୍ ପାର୍କ ନିର୍ମାଣ, ଶିକ୍ଷାନୁଷ୍ଠାନର ଉନ୍ନତିକରଣ ଆଦିକୁ ପ୍ରାଥମିକତା ଦିଆଯାଇଛି.
ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୯.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ।ଏହିସବୁ ନିର୍ବାଚନ ମଣ୍ଡଳୀର ୧୭ଟି ବ୍ଲକ୍ର ୨୭୯ଟି ଗ୍ରାମ ପଞ୍ଚାୟତରେ ୩୦୧୬ଟି ପ୍ରକଳ୍ପ ହେବ।
୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି।