ଗତ ୯ ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ Rs ୫୧,୨୩୭ କୋଟିର ରେକର୍ଡସଂଖ୍ୟକ ଅନୁଦାନ

    0
    683
    One Greenfield railway line project is located in Odisha and passes through the districts of Ganjam, Nayagarh, Khandhamal, Boudh, Sambalpur and Angul districts. It will connect the industrial and mineral clusters of western Odisha with the East Coast port. Additionally, the industrial clusters in eastern Chhattisgarh will also get a shorter Port connectivity with the East Coast. This railway line is expected to bring overall socio-economic development in the tribal belts of Kandhamal & Boudh districts and will open up opportunities for new industrial corridors along the proposed line

    By Our Correspondent

    PURI/BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମୋଦିଜୀ ଭାରତର ସନ୍ତୁଳିତ ବିକାଶକୁ ଆଖି ଆଗରେ ରଖି ‘ପୂର୍ବୋଦୟ’ ମିଶନରେ ପୂର୍ବ ଭାରତର ବିକାଶ ଓ ଓଡ଼ିଶା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମୋଦି ସରକାରରେ ରେଳ, ଜାତୀୟ ରାଜପଥ, କୋଷ୍ଟାଲ ହାଇଓ୍ୱେ, ବିମାନବନ୍ଦର, ଇଣ୍ଟରନେଟ୍ ସଂଯୋଗ ସହ ଭାରତବର୍ଷରେ ନୂଆ ଯୁଗ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ଯୋଗୁଁ ବିଗତ ୯ ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ ମୋଟ ୫୧,୨୩୭ କୋଟି ଟଙ୍କାର ରେକର୍ଡସଂଖ୍ୟକ ଅନୁଦାନ ମିଳିଛି । ମୋଦି ସରକାରରେ ଓଡ଼ିଶାରୁ ଯେତେ ଅର୍ଥ ରେଳ ବିଭାଗ ପାଉଛି, ତା ଠାରୁ ଅଧିକ ଅନୁଦାନ ଦେଉଛି । ସ୍ୱାଧୀନତା ପରେ ରେଳବାଇ କ୍ଷେତ୍ରରେ ଯେତେ କାମ ଓଡ଼ିଶାରେ ହୋଇନଥିଲା, ସେହି କାମ ମୋଦି ସରକାରରେ ହୋଇଛି । ରେଳ ଷ୍ଟେସନ ଏବଂ ରେଳ ଭିତ୍ତିଭୂମିକୁ ପରିବର୍ତ୍ତନ କରିବାର ସୂତ୍ରଧର ପ୍ରଧାନମନ୍ତ୍ରୀ ହୋଇଛନ୍ତି।

    ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ଆର୍ଥିକ ସହାୟତା, ପଦ୍ମ ପୁରସ୍କାରରେ ଓଡ଼ିଶାର ପ୍ରତିଭାଙ୍କୁ ସମ୍ମାନିତ କରିବା ଏବଂ ମନ କି ବାତରେ ସ୍ୱଚ୍ଛ ଭାରତରେ ନିଜକୁ ସାମିଲ କରିଥିବା ପୁରୀର ରାହୁଲ ମହାରଣା, କେନ୍ଦ୍ରାପଡାର କମଳା ମହାରଣାଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଓଡ଼ିଶାକୁ ଯଥୋଚିତ ସମ୍ମାନ ଦେଇଛନ୍ତି । ପିଏମ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜଳା ଯୋଜନାରେ ଗ୍ୟାସ ସହ ଅନେକ ଜନକଲ୍ୟାଣକାରୀ ଯୋଜନାରେ ଓଡ଼ିଶାକୁ ସହାୟତା ଏବଂ ପୂର୍ବୋଦୟ କଳ୍ପନାରେ ଜାତୀୟ ରାଜପଥ, ରେଳ, ବିମାନବନ୍ଦର ଭିତ୍ତିଭୂମିର ବିକାଶର ଦାୟିତ୍ୱକୁ ପ୍ରାଧାନ୍ୟ ଦେଇ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି । 

    LEAVE A REPLY

    Please enter your comment!
    Please enter your name here