ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ  ସୋନପୁର ଜିଲ୍ଲାର ବିନିକା ଠାରେ ସର୍ବାଧିକ ୧୬୫.୨ ମିମି ରେକର୍ଡ ହୋଇଛି

0
261
ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟରେ ୨୨.୭ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୯୨% ଅଧିକ ରହିଛି

By Our Correspondent

BHUBANESWAR: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ  ରାଜ୍ୟରେ  ୨୨.୭ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୯୨% ଅଧିକ ରହିଛି. ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ  ସୋନପୁର ଜିଲ୍ଲାର ବିନିକା ଠାରେ ସର୍ବାଧିକ ୧୬୫.୨ ମିମି ରେକର୍ଡ ହୋଇଛି ସେହିପରି ସମ୍ବଲପୁର ରେ ଧାନକୌ ଡା ଠାରେ ୧୫୫ ମିମି ବର୍ଷା ରେକର୍ଡ, ୬ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ

୧ ଜୁନ ରୁ   ୧୫ ଜୁଲାଇ ୨୦୨୩ ମଧ୍ୟରେ : ଅନୁଭୂତ ବର୍ଷା ୨୫୭.୮ ମିମି (୨୮ ପ୍ରତିଶତ ନିଅଣ୍ଟିଆ).ଗତ ୪୮ ଘଣ୍ଟାରେ  ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ହାରାହାରି ୫୦ ମିମି ବର୍ଷା ହେତୁ ୮ ପ୍ରତିଶତ ନିଅଣ୍ଟିଆ ଭରଣ ୧ ଜୁନ ରୁ   ୧୮ ଜୁଲାଇ ୨୦୨୩ ମଧ୍ୟରେ: ଅନୁଭୂତ ବର୍ଷା ୩୦୭.୮ ମିମି (୨୦ ପ୍ରତିଶତ ନିଅଣ୍ଟିଆ) ଭରଣ ହେଲା ନିଅଣ୍ଟିଆ ବର୍ଷା.

 ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟାରେ ଅନୁଭୂତ ବର୍ଷାରେ ୩% ନିଅଣ୍ଟିଆ ଭରଣ ଗତ ୪୮ ଘଣ୍ଟାରେ ଅନୁଭୂତ ବର୍ଷା ପ୍ରଭାବରେ ରାଜ୍ୟରେ ୮% ନିଅଣ୍ଟିଆ ଭରଣ ହୋଇଛି .ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମିମି   ତୁଳନାରେ ୨୦% କମ

ଦୁର୍ବଳ ହେଲା ଲଘୁଚାପ.ଗତ କାଲିର ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଥିବା ବେଳେ, ଏହା ସହ ଜଡିତ ଘୁର୍ଣ୍ଣିବଳୟ ଆଜି ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ  ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି | ପ୍ରଭାବରେ ଆଜି କେତକ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ  ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି.

ଆଗାମୀ ୪୮ ଘଣ୍ଟା ମଧ୍ୟରେ  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି  ,ପ୍ରଭାବରେ ରାଜ୍ୟରେ ୧୯ ରୁ  ୨୨ ଯାଏଁ ବିସ୍ତୃତି ବର୍ଷା ତଥା କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

LEAVE A REPLY

Please enter your comment!
Please enter your name here