ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ଭିତର ଏକ ଭିଡିଓ କେତେକ ସୋସିଆଲ୍ ମିଡିଆରେ ଭାଇରାଲ, ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ

0
459

By Our Correspondent

PURI/BHUBANESWAR:  ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ଭିତର ଏକ ଭିଡିଓ କେତେକ ସୋସିଆଲ୍ ମିଡିଆରେ ଭାଇରାଲ ହେଉଅଛି l ଏ ସମ୍ବନ୍ଧରେ ଅବଗତ ହେବାପରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଛନ୍ତି। ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇସାରିଛି।

ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ତଥା ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଅଟେ l ତେଣୁ ପୁନର୍ବାର ଶ୍ରୀମନ୍ଦିରର ସମସ୍ତ ସେବକ, ଅଧିକାରୀ ତଥା କର୍ମଚାରୀଙ୍କୁ ଜଣାଇ ଦିଆଯାଉଅଛି ଯେ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍ କିମ୍ବା କ୍ୟାମେରା ନେଇ ଯିବେ ନାହିଁ l

ଯିଏ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚିତ୍ର ବା ଭିଡିଓ ଉତ୍ତୋଳନ କରିଥିବା ଭକ୍ତ ବା ବ୍ଯକ୍ତି ଙ୍କୁ ଦର୍ଶନ କରେଇଥିବା ସେବକ ବା ପଣ୍ଡାଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ଯ ପ୍ରଶାସକ।

LEAVE A REPLY

Please enter your comment!
Please enter your name here