ଖରସ୍ରୋତା ନଦୀ ଗର୍ଭକୁ ଡେଇଁ ଜଣେ ଯୁବକ ନିଖୋଜ

0
360
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଖରସ୍ରୋତା(ଗଡ଼ଗଡି) ସେତୁ ଉପରୁ ଖରସ୍ରୋତା ନଦୀ ଗର୍ଭକୁ ଡେଇଁ ଜଣେ ଯୁବକ ନିଖୋଜ । ଯୁବକ ଜଣକ ବରୁଣାଡିହା ଗ୍ରାମର ଶରତ କରଙ୍କ ପୁଅ ଚନ୍ଦନ କର(୩୦) ।

By Our Correspondent

KENDRAPARA/BHUBANESWAR:  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ  କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଖରସ୍ରୋତା(ଗଡ଼ଗଡି) ସେତୁ ଉପରୁ ଖରସ୍ରୋତା ନଦୀ ଗର୍ଭକୁ ଡେଇଁ ଜଣେ ଯୁବକ ନିଖୋଜ । ଯୁବକ ଜଣକ ବରୁଣାଡିହା ଗ୍ରାମର ଶରତ କରଙ୍କ ପୁଅ ଚନ୍ଦନ କର(୩୦) ।

ଗତକାଲି ରବିବାର ରାତିରେ ନଦୀକୁ ଡେଇଁଥିବା ଅନୁମାନ କରାଯାଉଛି । ଖରସ୍ରୋତା(ଗଡ଼ଗଡି) ସେତୁ ଉପରୁ ଚନ୍ଦନଙ୍କର ମୋବଇଲ ଓ ଚପଲ ମିଳିଥିଲା । ତେବେ କେଉଁ କାରଣରୁ ଚନ୍ଦନ ନଦୀଗର୍ଭକୁ ଡେଇଁଛନ୍ତି ତାହା ଅସ୍ପଷ୍ଟ ଥିବା ବେଳେ, ପାରିବାରିକ କଳହରୁ ଏପରି ନିଷ୍ପତି ନେଇଥିବା ଅନୁମାନ କରାଯାଉଛି । ଖବର ପାଇ ରାଜକନିକା ଅଗ୍ନିଶମ ବିଭାଗ ପକ୍ଷରୁ ଖରସ୍ରୋତା

ନଦୀରେ ଅଗ୍ନିଶମ ଅଧିକାରୀ ସୁଶାନ୍ତ ଦାଶଙ୍କ ନେତୃତ୍ୱରେ ପାୱାର ବୋଟ ଯୋଗେ ଖୋଜାଖୋଜି କରୁଥିଲେ ହେଁ, ନିୟୁଜ ଲେଖାହେବା ପର୍ଯ୍ୟନ୍ତ ଚନ୍ଦନଙ୍କର କୌଣସି ପତ୍ତା ମିଳି ନ ଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗଡ଼ଗଡି ସେତୁ ଉପରେ ସ୍ଥାନୀୟ ଓ ବାଟୋଇଙ୍କର ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here