କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ବିଜେପିର ମିଶ୍ରଣ ପର୍ବ

0
301
ବିଜେପିର "ମୋ ମାଟି, ମୋ ଦେଶ" ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ଆଜି କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଦେଉଳତରା ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଳି ନିର୍ବାଚନ ମଣ୍ଡଳୀ ଅଧିନ ପଶ୍ଚିମ କନିକା ମଣ୍ଡଳ ୨୭ନଂ ଜୋନରେ "ମୋ ମାଟି, ମୋ ଦେଶ" କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

By Our Correspondent

RAJKANIKA/KENDRAPARA:  ବିଜେପିର “ମୋ ମାଟି, ମୋ ଦେଶ” ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ଆଜି କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଦେଉଳତରା ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଳି ନିର୍ବାଚନ ମଣ୍ଡଳୀ ଅଧିନ ପଶ୍ଚିମ କନିକା ମଣ୍ଡଳ ୨୭ନଂ ଜୋନରେ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 ଦେଉଳତରା ଠାରେ ସହିଦ୍ କିଶୋର ରାଉତଙ୍କ ସ୍ମୃତିପୀଠରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ନମତରା, ଚରପଡା ଓ ପଣଷଗଣ୍ଡ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକ ଓ କିଶୋର ରାଉତଙ୍କ ସ୍ମୃତିପୀଠ ତଥା ପ୍ରତି ଘରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲଲା । ପରେ ପରେ ପଣଷଗଣ୍ଡ ଠାରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା

ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଆଳି ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଦଳରୁ ଶତାଧିକ କର୍ମୀ ବିଜେପି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ତଥା ମୋଦିଜୀଙ୍କ ଦୃଡ଼ ନେତୃତ୍ୱକୁ ସ୍ୱୀକାର କରି ଶ୍ରୀ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଳା ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ରାଜ୍ୟ ପ୍ରବକ୍ତା ତେଜଶ୍ୱର ପରିଡା, ସଂଜୟ ରଥ, ପ୍ରମୁଖଙ୍କ ସମେତ ଶତିଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।

LEAVE A REPLY

Please enter your comment!
Please enter your name here