କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତରେ ୩ ଜଣଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ- ବୈଜୟନ୍ତ ପଣ୍ଡା

0
60

By Our Correspondent

KENDRAPARA: ‘କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତରେ ୩ ଜଣଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ଦୁଃଖ ସମୟରେ ଭଗବାନ ସେମାନଙ୍କ ପ୍ରିୟଜନଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଉଛି ।ଓଁ ଶାନ୍ତି,” ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା.

କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ ଜଣେ ଓ ଆଳି ଶାଳିଅଞ୍ଚ ଭେଡାରେ ବଜ୍ରାଘାତ ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଛି।.

LEAVE A REPLY

Please enter your comment!
Please enter your name here