କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ଫୁଲଶାରୀ ବେହେରା, ଜବନ ନାଏକ ଓ ସୁଭଦ୍ରା ବେହେରା କୁ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଯାଇଥିବା ୨୦୧୫ ମସିହାର ଡାକ୍ତର ଦମ୍ପତି ହତ୍ୟା ସହ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ

0
76
TMPA aka KISHORE CHANDRA BEHERA, 2. MD. KMAL KHAN, 3. NINI aka FULASARI BEHERA, 4. JABAN NAIK AND, 5. SUBHADRA JENA aka TIKINA

By Our Correspondent

BHUBANESWAR:  Ref: Chandrasekharpur PS case No.461/2015, U/S-396 IPC.ଆଜି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଶ୍ରୀମତୀ ବନ୍ଦନା କର , ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକ ଓ ସୁଭଦ୍ରା ବେହେରା ଓରଫ ଟିକିନା କୁ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଯାଇଥିବା ୨୦୧୫ ମସିହାର ଡାକ୍ତର ଦମ୍ପତି ହତ୍ୟା ସହ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି ।

ଘଟଣାର ଅନ୍ତରାଳେ:

ଗତ ତା ୧୫.୧୧.୨୦୧୫ ରିଖରେ ଅଭିଯୋଗକାରୀ ସତ୍ୟଦର୍ଶୀ ମିଶ୍ର ଯେ କି ଶୈଳେଶ୍ରୀ ବିହାରରେ ରହୁଥିଲେ ଓ ଘଟଣା ଦିନ ସେ ତାଙ୍କର ବାପା ଡ଼ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ମା ସୁଷମାରାଣୀ ମିଶ୍ରଙ୍କୁ ବାରମ୍ବାର ଫୋନ କରିବାରେ କୌଣସି ଉତ୍ତର ନମିଳିବାରୁ ନିଜେ ଶୈଳେଶ୍ରୀ ବିହାର ସ୍ଥିତ ଭିଆଇଏମ-୬୦୮ ଥିବା ଘରକୁ ଆସିଥିଲେ ଓ ଘର ବାହାରୁ ତାଲା ପଡ଼ିଥିବାର ଦେଖିଥିଲେ। ଅଭିଯୋଗକାରୀଙ୍କର ମନରେ ସନ୍ଦେହ ହେବାରୁ ସେ ଘରର ପାଚେରି ଡେହିଁ ଘର ଭିତରକୁ ଯାଇଥିଲେ ଏବଂ ତାଙ୍କର ବାପା ମାଙ୍କର ମର ଶରୀରକୁ ଶୋଇବା ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲେ ଓ ଘରର ଅସବାସପତ୍ର ଗୁଡିକ ଏଣେତେଣେ ପଡ଼ିଥିବାର ପାଇଥିଲେ। ତାଙ୍କ ବାପାଙ୍କର ବେକକୁ ଏକା ଶାଢୀ ରେ ଚିପା ହେବା ସହ ଗୋଡକୁ ବାନ୍ଧି ଦିଆ ହୋଇଥିଲା ଓ ତାଙ୍କ ମାଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିଲା । ଏନେଇ ସେ ଚନ୍ଦ୍ରଶେଖରପୁର ଥାନା ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଙ୍କ ଏତାଲା ଆଧାରରେ ଚନ୍ଦ୍ରଶେଖରପୁର ଥାନା କେସ ନଂ-୪୬୧/୨୦୧୫, ଦଫା- ୩୯୬ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ଇନ୍ସପେକ୍ଟର ଶ୍ରୀ ଦେବୀ ଶଙ୍କର ପ୍ରତାପ ଏହାର ତଦନ୍ତ ଭାର ନେଇଥିଲେ ।  ଘଟଣାଟି ସେହି ସମୟରେ ବେସ ଚର୍ଚିତ ହୋଇଥିଲା ଓ ଘଟଣାର ସମ୍ପୃକ୍ତ ଅଜଣା ଅପରାଧୀ ମାନଙ୍କୁ ଧରବା ପୁଲିସ ପାଇଁ ଏକ ବଡ ଆହ୍ବାନ ଥିଲା । ଶ୍ରୀ ପ୍ରତାପ  ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଅଭିଯୁକ୍ତ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରାଙ୍କୁ ତାମିଲନାଡୁରୁ, ସୁଭଦ୍ରା ବେହେରା ଓରଫ ଟିକିନା କୁ ଆନ୍ଦ୍ରପ୍ରଦେଶ ଏଲୁରୁ ରୁ ଓ ଆସାମୀ ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକଙ୍କୁ ଗିରଫ କରାଯାଇଥିଲା ।

ଆସାମୀ ମାନଙ୍କୁ ଠାରୁ ଚୋରୀ ଜିନିଷ ଜବତ କରିବା ସହ ହତ୍ୟାରେ ବ୍ଯବହୃତ ମାରଣାସ୍ତ୍ର ଜବତ କରାଯାଇଥିଲା । ବୈଜ୍ଞାନିକ ପଦ୍ଧତିରେ ଘଟଣା ସ୍ଥଳରୁ ମିଳିଥିବା ଫିଙ୍ଗର ପ୍ରିଣ୍ଟ ଓ ଫୁଟ ପ୍ରିଣ୍ଟ ଆସାମୀ ମାନଙ୍କ ସହିତ ମେଳ ଖାଇଥିଲା।  ତଦନ୍ତ କାରୀ ଅଫିସର ସଠିକ ତଦନ୍ତ କରିବା ସହ ଅଦାଲତରେ ସଠିକ ସମୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ, ଆସାମୀ ମାନେ ପୂର୍ବ ଯୋଜନା ମୁତବକ ବୟସ୍କ ଦମ୍ପତିଙ୍କୁ ଅସହାୟ ଭାବି ତାଙ୍କ ଘରେ ଲୁଟ କରିବା ସହ ସେମାନଙ୍କୁ ହତ୍ୟା କରିଥିଲେ ।

ଏହି ମାମଲା ରେ ମାନ୍ୟବର ଅଦାଲତ ୨୩ ଜଣ ସାକ୍ଷୀ ମାନଙ୍କ ବୟାନ ରେକର୍ଡ କରି ଓ ପ୍ରଯୁଜ୍ୟ ଦସ୍ତାବିଜ କୁ ଗ୍ରହଣ କରିଥିଲେ l ପୂର୍ବ ରୁ ହୋଇଥିବା T. I. ପ୍ୟାରେଡ ଚି଼ହ୍ନଟ ପ୍ରକ୍ରିୟା ରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୁକ୍ତମାନଙ୍କୁ ମାଜିଷ୍ଟ୍ରେଟେ ଙ୍କ ସମୁଖରେ ଆସାମୀମାନଙ୍କୁ ଚି଼ହ୍ନଟ କରିଥିଲେ l ଏହି ସମସ୍ତ ଘଟଣା ଙ୍କୁ ବିଚାର କରି ମାନ୍ୟବର ଅଦାଲତ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକ ଓ ସୁଭଦ୍ରା ବେହେରା ଓରଫ ଟିକିନା କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟକ ଅସାମୀଙ୍କୁ ୨୦,୦୦୦/- ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୬ ମାସର ଦଣ୍ଡାଦେଶ ପ୍ରକାଶ କରିଛନ୍ତି । ଏହି ମକଦମା ରେ ସରକାର ଙ୍କ ତରଫରୁ ଓଡ଼ିଶା ଗୃହ ବିଭାଗ ଦ୍ବାରା ସ୍ବତନ୍ତ୍ର ଭାବରେ ନିଯୁକ୍ତ ଭିଜିଲାନ୍ସ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ଅଜିତ କୁମାର ପଟ୍ଟନାୟକ ମାମଲା ଟି କୁ ପରିଚାଳନା କରୁଥିଲେ l

ସୂଚନା ଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୮୨ଟି ମାମଲାର ଶୁଣାଣି କରାଯାଇ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୨୮ଟିମାମଲାର ଶୁଣାଣି ଶେଷ ହୋଇ ଦୋଷୀଙ୍କୁ ସଜା ହୋଇଛି ।

ACCUSED:

  1. TMPA aka KISHORE CHANDRA BEHERA, 2. MD. KMAL KHAN, 3.          NINI aka FULASARI BEHERA, 4.   JABAN NAIK AND, 5.        SUBHADRA JENA aka TIKINA

 

 

LEAVE A REPLY

Please enter your comment!
Please enter your name here