କାଶୀ-ତାମିଲ ସଙ୍ଗମମ୍ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ   

0
139
ରବିବାର ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ମନୋଘାଟ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ-ତାମିଲ ସଙ୍ଗମମର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି । ଆଇଆଇଟି ମାଡ୍ରାସ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଆମ ଦେଶର ସାଂସ୍କୃତିକ ଐତିହ୍ୟ ଏବଂ ଧାର୍ମିକ ସ୍ଥଳ ଗୁଡିକର ପୁନରୁଦ୍ଧାର କରିବା ସହ ସମସ୍ତଙ୍କ ଆକାଂକ୍ଷାକୁ ଉଜ୍ଜିବୀତ କରିଛନ୍ତି । ୨୦୧୪ ମସିହା ପର ଠାରୁ ଭାରତର ଐତିହ୍ୟକୁ ପ୍ରଭାବଶାଳୀ ଆକାରରେ ପୁନର୍ଜୀବିତ କରାଯାଇଛି ।

By Our Correspondent

NEW DELHI/BHUBANESWAR: ‘କାଶୀ-ତାମିଲ ସଙ୍ଗମମ୍’ ବାରଣାସୀ ଓ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କ ଓ ପ୍ରାଚୀନ ଜ୍ଞାନର ଅନ୍ୱେଷଣ କରିବା ସହ ଆଧୁନିକ ବିଚାର, ଦର୍ଶନ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟମିତାକୁ ଏକାଠି କରି ଜ୍ଞାନର ଏକ ଅମୂଲ୍ୟ ଭଣ୍ଡାର ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ରବିବାର ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ମନୋଘାଟ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ-ତାମିଲ ସଙ୍ଗମମର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି । ଆଇଆଇଟି ମାଡ୍ରାସ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଆମ ଦେଶର ସାଂସ୍କୃତିକ ଐତିହ୍ୟ ଏବଂ ଧାର୍ମିକ ସ୍ଥଳ ଗୁଡିକର ପୁନରୁଦ୍ଧାର କରିବା ସହ ସମସ୍ତଙ୍କ ଆକାଂକ୍ଷାକୁ ଉଜ୍ଜିବୀତ କରିଛନ୍ତି । ୨୦୧୪ ମସିହା ପର ଠାରୁ ଭାରତର ଐତିହ୍ୟକୁ ପ୍ରଭାବଶାଳୀ ଆକାରରେ ପୁନର୍ଜୀବିତ କରାଯାଇଛି ।

କାଶୀ ବିଶ୍ୱନାଥ ଧାମରୁ ଆରମ୍ଭ କରି ଉଜ୍ଜେନର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ୍ ମନ୍ଦିର ପର୍ଯ୍ୟନ୍ତ, ଯମୁନା, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ସହ ସମସ୍ତ ତୀର୍ଥ ସ୍ଥଳକୁ ଯୋଡାଯାଇଛି । କୋଏମ୍ବାଟୋରରେ ଚାରି ଧାମ ପରିଯୋଜନା ଆଦିଯୋଗୀ ପ୍ରତିମା, ସୋମନାଥ ମନ୍ଦିରରୁ ଆରମ୍ଭ କରି ଆସାମର କାମାକ୍ଷୀ ମନ୍ଦିର ଭଳି ପ୍ରାଚୀନ ତୀର୍ଥସ୍ଥଳୀ ପର୍ଯ୍ୟନ୍ତ ନୂଆ ନୂଆ ରୂପ ଆମ ସାମ୍ନାକୁ ଆସୁଛି ।

କାଶୀ ତାମିଲ ସଙ୍ଗମମ ଏକ ଭାରତ-ଶ୍ରେଷ୍ଠ ଭାରତର ବିଚାରକୁ ଆଗକୁ ନେଇଛି । ବାରଣାସୀ, ଇତିହାସରୁ ବି ବହୁତ ପୁରୁଣା । ବାରଣାସୀ ସଭ୍ୟତା ଓ ସାଂସ୍କୃତିକ ସମୃଦ୍ଧ ଦୃଷ୍ଟିରୁ ଐତିହ୍ୟ । ଜ୍ଞାନ, ଦର୍ଶନ, ସଂସ୍କୃତି, ଭାଷା, ସାହିତ୍ୟ, କଳା ଏବଂ ଶିଳ୍ପ ସବୁ କ୍ଷେତ୍ରରେ ଏହି ଅଞ୍ଚଳ ପରିପୂର୍ଣ୍ଣ । ସେହିପରି ତାମିଲନାଡୁ ସଂସ୍କୃତି, କଳା, ଶିଳ୍ପ ଓ ସାହିତ୍ୟର ହେଉଛି ପ୍ରାଚୀନ ଉତ୍ପତ୍ତି ସ୍ଥଳ । କାଶୀ ତାମିଲ ସଙ୍ଗମମ୍ ୨.୦ ଦୁଇ ଅଞ୍ଚଳ ମଧ୍ୟରେ ବିଭିନ୍ନ ବ୍ୟବସାୟୀ, ଶିଳ୍ପ ସମୂହ ତଥା ବ୍ୟବସାୟୀର ବିଦ୍ୱାନ ଓ ବିଶେଷଜ୍ଞଙ୍କୁ ଯୋଡି ସେମାନଙ୍କ ମଧ୍ୟରେ ହେଉଥିବା ଆଲୋଚନାରୁ ସର୍ବତ୍ତୋମ ନିଷ୍କର୍ସ ବାହାର କରିବାରେ ସଫଳ ହେବ । ଶିକ୍ଷାନୁଷ୍ଠାନ ଗୁଡିକ ଏପରି ଆଲୋଚନାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତିରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହା ଏକବିଂଶ ଶତାବ୍ଦୀର ମୂଲ୍ୟବୋଧ ଆଧାରରେ ନୂଆ ପିଢିଙ୍କୁ ପ୍ରସ୍ତୁତ କରିବ । ମାତୃଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣକୁ ନୂଆ ଶିକ୍ଷା ନୀତି ପ୍ରୋତ୍ସାହନ ଦେଉଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଏକବିଂଶ ଶତାବ୍ଦୀରେ ବିକଶିତ ଭାରତର ସଂକଳ୍ପକୁ ଆଗେଇ ନେବା ପାଇଁ ଆହ୍ୱାନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here