କଳାକାରମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ଆଉ ୩୦ହଜାରର କଳାକାରଙ୍କୁ ସାମିଲ  କରିବାକୁ ନିଷ୍ପତ୍ତି ନେଇଛନ୍ତି

0
194
CM Naveen Patnaik-file

By Our Correspondent

BHUBANESWAR:  କଳାକାରମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ଆଉ ୩୦ହଜାରର କଳାକାରଙ୍କୁ ସାମିଲ   କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଯୋଜନାର  ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି ପାଇଛି।

5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ  କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ରଖିଥିଲେ।

ଏସମ୍ପର୍କରେ ଅବଗତ ହେବାପରେ ମୁଖ୍ୟମନ୍ତ୍ରୀ କଳାକାରମାନଙ୍କ କଲ୍ୟାଣ ପାଇଁ ମତାମତଭିତ୍ତିରେ ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here