କଟକ ଠାରେ ୮୮ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

0
298

By Our Correspondent

CUTTACK/BHUBANESWAR:  ଓଡିଶା ପୋଲିସର ରାଜ୍ୟସ୍ତରୀୟ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଷଷ୍ଠ ବାଟାଲିୟନ, କଟକ ଠାରେ ପାଳିତ  ହୋଇଯାଇଛି ୤ ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସଫଳ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ୤ ମୁଖ୍ୟ ଅତିଥି ଡିଜିପି ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ ୤

ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଏବଂ ଉଚ୍ଚକୋଟିର କର୍ତ୍ତବ୍ୟନିଷ୍ଠା, ସାଧୁତା ତଥା ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ସମସ୍ତ ପୋଲିସ କର୍ମଚାରୀ/ ଅଧିକାରୀଙ୍କୁ ଆହ୍ଵାନ ଦେଇଛନ୍ତି | ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ପୋଲିସ ବିଭାଗର ସାମଗ୍ରିକ ବିକାଶ ହୋଇଛି ବୋଲି ଡିଜିପି ମତବ୍ୟକ୍ତ କରିବା ସହ ନୂତନ ଥାନା, ଫାଣ୍ଡି ଏବଂ ପଦପଦବୀ ସୃଷ୍ଟି କରାଯାଇ ପୋଲିସର ମନୋବଳ ବୃଦ୍ଧି କରାଯାଇଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି | ଏହା ସହ ପୋଲିସ ବିଭାଗରେ SI, ASI ଏବଂ Constable ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସେ କହିଥିଲେ | ଆଗାମୀ ଦିନରେ ଆଇନ ଶୃଙ୍ଖଳା ରକ୍ଷା, ଜଟିଳ ଅପରାଧ ଦମନ, ମାଓବାଦୀ ସମସ୍ଯାର ମୁକାବିଲା ସହ ସମସ୍ତଙ୍କ ସହଯୋଗରେ ଓଡିଶା ପୋଲିସକୁ ଏକ ନୂତନ ଶିଖରରେ ପହଁଚାଇବାକୁ ଆମ ସମସ୍ତଙ୍କ  ଉଦ୍ୟମ ଜାରି ରହିବ ବୋଲି ଡି.ଜି.ପି ଶ୍ରୀ ବଂସଲ କହିଛନ୍ତି ୤ ଏହା ସହ ପୋଲିସ ବିଭାଗର “ମୋ ସରକାର” ଏବଂ 5-T ଯୋଜନା ଭଲରେ କାର୍ଯ୍ୟକାରୀ ହେଉଛି ବୋଲି ଡିଜିପି ସୂଚନା ଦେଇଥିଲ

ବିଭିନ୍ନ ସମୟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଏବଂ ନିକଟରେ ସମାପ୍ତ ହୋଇଥିବା ହକି ବିଶ୍ଵକପ – ୨୦୨୩ ର ସୁପରିଚାଳନାରେ ପୋଲିସ ବାହିନୀ ଦାୟିତ୍ଵର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ଡିଜିପି ଶ୍ରୀ ବଂସଲ ସମସ୍ତ ପୋଲିସ କର୍ମଚାରୀ/ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ |

ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଶ୍ରୀ ଆର୍‌. କେ. ଶର୍ମା ପାଠ କରିଥିଲେ ୤

ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ୤ ଏହି ଅବସରରେ ଶ୍ରେଷ୍ଠ ଇନିସ୍‌ପେକ୍ଟର ସବ୍ୟସାଚି ମଲ୍ଲ, ଶ୍ରେଷ୍ଠ ଇନିସ୍‌ପେକ୍ଟର (ଅପରାଧ ଶାଖା) ବିଭୁ ରଞ୍ଜନ ସୁନ୍ଦରାୟ, ଶ୍ରେଷ୍ଠ ଇନିସ୍‌ପେକ୍ଟର ସ୍ପେଶାଲ ବ୍ରାଞ୍ଚ (SIW) ସନ୍ତୋଷ କୁମାର ସାହୁ, ଶ୍ରେଷ୍ଠ ସବ-ଇନିସ୍‌ପେକ୍ଟର କମଳା କାନ୍ତ ଦାସ, ଶ୍ରେଷ୍ଠ ଟିମ ଲିଡର ଏସ.ଓ.ଜି ର  ଏସ.ଆଇ (ଆର୍ମଡ) ଗିରିଶ ଚନ୍ଦ୍ର ମାଝୀ, ଶ୍ରେଷ୍ଠ ଏ.ଏସ.ଆଇ ସୁଶାନ୍ତ କୁମାର ପଣ୍ଡା, ଶ୍ରେଷ୍ଠ ହାବିଲଦାର ଅତୁଲ କୁମାର ବିଶ୍ଵାଳ, ଶ୍ରେଷ୍ଠ ଓ.ଆର କନେଷ୍ଟବଳ ସନ୍ତୋଷ କୁମାର ନାୟକ, ଶ୍ରେଷ୍ଠ ଏ.ପି.ଆର କନେଷ୍ଟବଳ ନରେନ୍ଦ୍ର ରାଉତ, ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ  ସୁଭ୍ରାଂଶୁ ଶେଖର ସାହୁ, ଶ୍ରେଷ୍ଠ ସୁବେଦାର ଇନିସ୍‌ପେକ୍ଟର (ଆର୍ମଡ) ଶ୍ରୀରାମ ପ୍ରଧାନ, ଶ୍ରେଷ୍ଠ ଡେପୁଟି ସୁବେଦାର  ସାଗର ପ୍ରସାଦ ଯୋଶୀ, ଶ୍ରେଷ୍ଠ ଏ.ଏସ.ଆଇ (ଆର୍ମଡ) ପି. ଶ୍ଯାମ କୁମାର ବର୍ମା, ଶ୍ରେଷ୍ଠ ହାବିଲଦାର (ଆର୍ମଡ) ମନୋଜ କୁମାର ଜେନା, ଶ୍ରେଷ୍ଠ ସିପାହୀ ଭାବେ ରମେଶ କୁମାର ପ୍ରଧାନ ଙ୍କୁ ପୁରସ୍କୃତ କରଯାଇଥିଲା |

 ସେହିପରି ପଞ୍ଚମ ଆଇ.ଆର ବାଟାଲିୟନ, ବୌଦ୍ଧକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା | ୤ ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର, କଟକ (ଦ୍ୱିତୀୟ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର , କଟକ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲା ୤ ଆଜିର ଆନୁଷ୍ଠାନିକ ପରେଡରେ SOG, Chandaka ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ O.I.S.F ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀ ବଂସଲଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ୤

ଆଜିର ଏହି ଆନୁଷ୍ଠାନିକ ପ୍ୟାରେଡରେ SOG, OSAP, IRB , UPD Cuttack/ UPD Bhubaneswar-Cuttack, Rural (APR Women), UPD Cuttack/ UPD Bhubaneswar-Cuttack, Rural (APR Men)/ Traffic Constable, Commissionerate BBSR-Cuttack , O.D.R.A.F, O.I.S.F, O.S.A.F ଓ Fire Service ଙ୍କୁ ନେଇ ସର୍ବମୋଟ ଦଶଟି (୧୦) ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ୤ ପ୍ୟାରେଡର ମୁଖ୍ୟ କମାଣ୍ତର ଶ୍ରୀ ଅମ୍ରିତପାଲ୍ ସିଂ, ଆଇ. ପି. ଏସ୍ (ଅଣ୍ଡର ଟ୍ରେନିଂ) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା ୤ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଶ୍ରୀ ଆର୍‌. କେ. ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ୤

ଏହାପରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନ ଠାରେ ଚଳିତ ବର୍ଷ ପାଇଁ ୧୦୦ ଜଣ ଏବଂ ୨୦୨୨ ମସିହା ନିମନ୍ତେ ୧୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା | ଏହା ସହ ସ୍ୱର୍ଗତଃ ଭ୍ରମରବର ସାହୁ ଓ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ୤

କନେଷ୍ଟବଳ ମଞ୍ଜିତ ବେହେରାଦଳାଇ, ଓ.ଏ.ପି.ଏଫ ଅର୍ଜୁନ ମଲ୍ଲିକ, ଓ.ଏ.ପି.ଏଫ ଦୀପ୍ତି ରଞ୍ଜନ କହଁର, କନେଷ୍ଟବଳ ପ୍ରିୟବ୍ରତ ବେହେରା ଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ୤ ସେହିପରି କନେଷ୍ଟବଳ ହୃଷିକେଶ ଶବର, କନେଷ୍ଟବଳ ଦିନେଶ କୁମାର ନାୟକଙ୍କୁ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ୤

ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ସେବା ନିବୃତ୍ତ ଅଧିକାରୀ ପୋଲିସ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ.

LEAVE A REPLY

Please enter your comment!
Please enter your name here