କଂଗ୍ରେସ ସରକାରର ଶେଷ ୧୦ ବର୍ଷ ଏବଂ ମୋଦି ସରକାରଙ୍କ ୯ ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ

0
275
କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

NEW DELHI/BHUBANESWAR:  କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପବ୍ଲିକ ପଲିସି ରିସର୍ଚ୍ଚ ସେଣ୍ଟର(ପିପିଆରସି) ଦ୍ୱାରା ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କୀତ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୋଦି ସରକାରରେ ଆସିଥିବା ସଂସ୍କାର, ଉପଲବ୍ଧି, ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟ ଉପରେ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ୍ ମହାମାରୀକୁ ସୁବ୍ୟବସ୍ଥିତ ଭାବେ ପରାଜୟ କରାଯାଇପାରିଛି । କେବଳ ଭାରତ ନୁହେଁ ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ର କୋଭିଡ୍ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିଲେ । ମାତ୍ର ଦେଶରେ କୋଭିଡର ସଫଳ ପରିଚାଳନା କାରଣରୁ ଅଧିକ ଲୋକଙ୍କୁ ସ୍ୱଦେଶୀ ଟିକା ଲଗାଯାଇଛି ଏବଂ ପିପିଇ କିଟ୍, କୋଭିଡ୍ ଟିକା ପ୍ରସ୍ତୁତ କରିବା ସହ ବାହାର ରାଷ୍ଟ୍ରକୁ ମଧ୍ୟ ରପ୍ତାନୀ କରାଯାଇଛି । ଆଜି ମୋଦି ସରକାରରେ ଦେଶରେ ଅଧିକ ମେଡିକାଲ ନିର୍ମାଣ କରାଯିବା ସହ ମେଡିକାଲ ସିଟ୍ ସଂଖ୍ୟା ବଢିଛି ।

କେବଳ ଭାରତ ନୁହେଁ ବଡ ବଡ ରାଷ୍ଟ୍ର ବ୍ୟତିତ କ୍ୱଏତ ଓ ପାପୁଆ ନ୍ୟୁ ଗିନି ଭଳି ଦେଶରେ ମୋଦିଙ୍କ ବିଶ୍ୱସନୀୟତା ବଢିଛି । ପାପୁଆ ନ୍ୟୁ ଗିନି ଗସ୍ତ କାଳରେ ସେଠାକାର ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ସ୍ୱାଗତ କରୁଛନ୍ତି । ଏହା ଥିଲା ୧୪୦ କୋଟି ଭାରତୀୟଙ୍କ ସମ୍ମାନ, ଯାହାକୁ ବିଶ୍ୱ ଦେଖିଲା । ଏକ ଦୃଢ଼ ଓ ଓଜସ୍ଵୀ ନେତୃତ୍ଵରେ ଭାରତର ସମ୍ମାନ ଆଜି ବିଶ୍ଵର କୋଣ ଅନୁକୋଣରେ ବୃଦ୍ଧି ପାଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତ ଏକ ଜ୍ଞାନ ଆଧାରିତ ରାଷ୍ଟ୍ର । ମୋଦି ସରକାରରେ ଗୁଣାତ୍ମକ ଶିକ୍ଷା ସହ ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ତେବେ ଜାତୀୟ ଶିକ୍ଷା ନୀତିର କାମ ୨୦୧୪ରୁ ଆରମ୍ଭ ହୋଇଯାଇଥିଲା । ଆମର ଶିକ୍ଷା ବ୍ୟବସ୍ଥାରେ ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବୈଶ୍ୱିକ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁ ଶିକ୍ଷା କେବଳ ଦେଶର ନୁହେଁ ବରଂ ବିଶ୍ୱର ଆବଶ୍ୟକତାକୁ ମଧ୍ୟ ପୂରଣ କରିବ ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ୨୦୦୪ ରୁ ୨୦୧୪ ମସିହା ତଥା କଂଗ୍ରେସ ଶାସନରେ ବିଗତ ୧୦ ଭିତରେ ହୋଇଥିବା କାମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା ଓ ସୁଶାସନର ପିଆରଆରସି ଦ୍ୱାରା ପ୍ରସ୍ତୁତ ଏକ ତୁଳନାତ୍ମକ ରିପୋର୍ଟର ମଧ୍ୟ ଉନ୍ମୋଚନ କରିଥିଲେ । 

LEAVE A REPLY

Please enter your comment!
Please enter your name here