ଓଡିଶା ରାଜ୍ୟରେ ଦୀର୍ଘ ୨୩ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ, ଚାଷୀ ବିରୋଧୀ ବିଜୁ ଜନତା ଦଳ ସରକାର ଚାଷୀଙ୍କୁ ଅବହେଳା କରୁଛି, ଭାରତୀୟ ଜନତା ପାର୍ଟି କୃଷକମୋର୍ଚ୍ଚା

0
188
ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବିନୋଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କୁ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମାନନୀୟ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ଭେଟି ୬ଦଫା ସମ୍ବଳିତ ଦାବି ପତ୍ର କରିଛନ୍ତି

By Our Correspondent

BHUBANESWAR:   ଓଡିଶା ରାଜ୍ୟରେ ଦୀର୍ଘ ୨୩ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ, ଚାଷୀ ବିରୋଧୀ ବିଜୁ ଜନତା ଦଳ ସରକାର ଚାଷୀଙ୍କୁ ଅବହେଳା କରୁଛି । ଓଡ଼ିଶାର ୭୩ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି କିନ୍ତୁ ରାଜ୍ୟ ସରକାର ଚାଷ ଓ ଚାଷୀ ପାଇଁ କୌଣସି ଅଗ୍ରାଧିକାର, ପ୍ରାଥମିକତା ନାହିଁ । ଚାଷୀଙ୍କ ଉନ୍ନତି କିମ୍ବା ସୁରକ୍ଷା ଦେଲା ଭଳି କୌଣସି ଯୋଜନା ରାଜ୍ୟ ସରକାର କରିନାହାନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଚାଷୀଙ୍କ ଉନ୍ନତୀ ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଓଡ଼ିଶାରେ କାର୍ଯ୍ୟକାରୀ କରିନାହାନ୍ତି । ଓଡ଼ିଶାର ଚାଷୀକୁଳ ଦୁଃଖ ଓ ନୈରାଶ୍ୟ ଭିତରେ କାଳାତିପାତ କରୁଛନ୍ତି । ଏହାର ଉଦାହରଣ ଯାଜପୁର ଜିଲ୍ଲା ଧର୍ମଶାଳାର ଚାଷୀ ନିତ୍ୟାନନ୍ଦ ପରିଡା, ନୟାଗଡ ଜିଲ୍ଲା ରଣପୁର ଚାଷୀ ଗୋବିନ୍ଦ ସାହୁ ଏବଂ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାର ରମେଶ ଭୋଇ ।

ଏହି ତିନିଜଣ ଚାଷୀ ଫସଲହାନି ଓ ଋଣସୁଝିବା ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି । ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବିନୋଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କୁ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମାନନୀୟ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ଭେଟି ୬ଦଫା ସମ୍ବଳିତ ଦାବି ପତ୍ର କରିଛନ୍ତି ।

LEAVE A REPLY

Please enter your comment!
Please enter your name here