ଓଡିଶା ପୋଲିସ ଆନୁକୂଲ୍ୟରେ  ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ

0
307
ଆଜି ଓଡିଶା ପୋଲିସ ଆନୁକୂଲ୍ୟରେ ପୋଲିସ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ରେଞ୍ଜର ମୋଟ ୨୮ ଜଣ ପୋଲିସ ଅଧିକାରୀ ଅଂଶଗ୍ରହଣ କରି ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ତର୍କ ପ୍ରତିଯୋଗିତାରେ ନିଜ ନିଜର ତର୍କ ଉପସ୍ଥାପନ କରିଥିଲେ ।

By Our Correspondent

BHUBANESWAR:  ଆଜି ଓଡିଶା ପୋଲିସ ଆନୁକୂଲ୍ୟରେ ପୋଲିସ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ରେଞ୍ଜର ମୋଟ ୨୮ ଜଣ ପୋଲିସ ଅଧିକାରୀ ଅଂଶଗ୍ରହଣ କରି ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ତର୍କ ପ୍ରତିଯୋଗିତାରେ ନିଜ ନିଜର ତର୍କ ଉପସ୍ଥାପନ କରିଥିଲେ ।

ଏହି ତର୍କ ପ୍ରତିଯୋଗିତାରେ ପୂର୍ବତନ ଡିଜିପି ଶ୍ରୀ ଏମ. ଅକ୍ଷୟ, ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (ଓଏଚଆରସି( ଶ୍ରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକର ପିଏଚଡି ବିଦ୍ୟାର୍ଥୀ ଅରୋଶିଖା ମହାନ୍ତି  ପ୍ରମୁଖ ବିଚାରପତି ଭାବେ ଦାୟିତ୍ଵ ନିର୍ବାହ କରି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ । ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଏହି ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଓଡିଆ ବିଭାଗର ତର୍କ ପ୍ରତିଯୋଗିତାରେ ପିଟିଆଇ, ବୈରୀର କନେଷ୍ଟବଳ ଗୀତାଞ୍ଜଳି ସାମଲ ଏବଂ ସସ୍ମିତା  ପ୍ରଧାନ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ବ୍ରହ୍ମପୁରର କନେଷ୍ଟବଳ ସୁଧାଂଶୁ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଇଂରାଜୀ ତର୍କ ପ୍ରତିଯୋଗିତାରେ ବଲାଙ୍ଗୀର ର କନେଷ୍ଟବଳ ଦୀପାଳି ବାରିକ ପ୍ରଥମ, ବିପିଏସପିଏ ର ସନ୍ଦିପ କୁମାର ମାଝି (କ୍ଯାଡେଟ ଡିଏସପି) ଓ ଦିବ୍ୟରଞ୍ଜନ ଦଲାଇ (କ୍ଯାଡେଟ ଡିଏସପି) ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ  କୁମାର ବଂସଲ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ  । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଡ଼ଃ ଲଲିତ ଦାସ ସ୍ଵାଗତ ଭାଷଣ ଦେଇଥିଲେ । ଡି ଆଇ ଜି (ଏଚଆରପିସି) ଡ଼ଃ ସତ୍ୟଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 ଏଚଆରପିସି ଏସପି ଶ୍ରୀ ରାଜେନ୍ଦ୍ର କୁମାର ସେନାପତି, ଅତିରିକ୍ତ ଏସପି ଶ୍ରୀମତୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ଅତିରିକ୍ତ ଏସପି ଶ୍ରୀ ଗୋପାଳ ପଟ୍ଟନାୟକଙ୍କ ସମେତ ବିଭାଗର ବିଭିନ୍ନ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here