By Our Correspondent
BHUBANESWAR: ଆସନ୍ତା କାଲି ଓଡିଶାରେ ତୃତୀୟ ପର୍ଯ୍ୟlୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ପୂର୍ବ ଦୁଇଟି ପର୍ଯ୍ୟlୟ ନିର୍ବାଚନରେ ନକ୍ସଲ ପ୍ରଭାବିତ ସ୍ଥାନଗୁଡିକରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଛି ବୋଲି ଡିଜିପି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଦୀର୍ଘ ୨୬ ବର୍ଷ ପରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବ ନିର୍ବାଚନ ଗୁଡିକରେ ନକ୍ସଲ ପ୍ରଭାବିତ ସ୍ଥାନରେ ଛୋଟବଡ ହିଂସାକାଣ୍ଡ ଘଟୁଥିଲା ଯାହାକି ଚଳିତ ନିର୍ବାଚନରେ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ ୧୯୯୮ ମସିହାରେ ଲୋକସଭା ନିର୍ବାଚନ ସମୟରେ ନକ୍ସଲମାନେ ଏକ ମୋବାଇଲ ପାର୍ଟି ଉପରେ ଆକ୍ରମଣ କରିଥିଲେ ।
ଏହା ବ୍ଯତୀତ ବିଭିନ୍ନ ସମୟରେ ମାଓବାଦୀ ମାନେ ପୋଲିଂ ପାର୍ଟି, ପୋଲିସ ଫୋର୍ସ ଉପରେ ଆକ୍ରମଣ ଇଭିଏମ ଭଙ୍ଗାରୁଜା, ବୋମା ବିସ୍ଫୋରଣ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗ୍ରାମବାସୀଙ୍କୁ ଭୋଟଦାନରୁ ବିରତ ରଖିବା ଭଳି କାର୍ଯ୍ୟକଳାପ ଘଟାଇ ଆସୁଥିଲେ । କିନ୍ତୁ ଚଳିତବର୍ଷ ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡିକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମାପ୍ତ ହୋଇଛି ବୋଲି ଡିଜିପି କହିଛନ୍ତି । ଏଥିପାଇଁ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସକୁ ଧନ୍ୟବାଦ ଜଣାଇଥିଲେ ।
ଏହାସହ ରାଜ୍ୟର ଯେକୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ଏବଂ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟlନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଛନ୍ତିl ଏହାସହ ରାଜନୈତିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ ଚାର୍ଜସିଟ ପ୍ରସ୍ତୁତ କରାଯିବl ସହ ଦୋଷୀ ସାବ୍ୟସ୍ତ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ରାଜ୍ୟ ପୋଲିସ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛନ୍ତି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ I ରାଜନୈତିକ ହିଂସାକାଣ୍ଡ ସମ୍ପର୍କରେ କୌଣସି ଆଭାସ ମିଳିଲେ ତୁରନ୍ତ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସା ଗୁଡିକର ତୁରନ୍ତ ମାମଲା ପଞ୍ଜୀକରଣ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଥିଲେ ।
ଏହି ଅବସରରେ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ ତୃତୀୟ ପର୍ଯ୍ୟlୟରେ ୬ ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ । ସେଥିପାଇଁ ୧୨ ପୋଲିସ ଜିଲ୍ଲାରେ ୭୬୪୬ ସ୍ଥାନରେ ୧୦୫୫୧ ମତଦାନ କେନ୍ଦ୍ର ମଧ୍ୟରୁ ପାଖାପାଖି ୨୦% ବୁଥ ସମ୍ବେଦନଶୀଳ ଅଟେ । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି । ଯେଉଁଥିରେ ୧୨୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୧୦୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି । ୪୩ ଜଣ ଅତିରିକ୍ତ ଏସପି, ୯୫ ଡିଏସପି, ୨୩୮ ଇନ୍ସପେକ୍ଟର, ୨୧୬୦ ଏସଆଇ/ ଏଏସଆଇ ସହ ୧୦୨୧୨ କନଷ୍ଟେବଳ/ ହାବିଲଦାର, ୭୧୧୭ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ସେହିପରି ୭୬୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ବାବଧାନ କରିବେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୨ ପୋଲିସ ଜିଲ୍ଲାରେ ୧୩୩ ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇସ୍କ୍ୱାର୍ଡ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୧୨ ଜିଲ୍ଲାରେ ୩୩୧ ଟି ଫ୍ଲାଇସ୍କ୍ୱାର୍ଡ ଟିମ ରହିଛନ୍ତି । ଏହାବ୍ୟତୀତ ୩୪୩ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୧୨ଟି ଜିଲ୍ଲାରେ ୨୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି ।
ନିର୍ବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ଚେକିଂ ଚାଲିଛି। ଜାନୁଆରୀ ପହିଲାରୁ ବର୍ତ୍ତମାନ ସୁଦ୍ଧା ୬.୦୩ କୋଟି ଟଙ୍କା ଜବତ କରାଯାଇଛି। ପ୍ରାୟ ୮୯.୩ କୋଟି ମୂଲ୍ୟର ପ୍ରଲୋଭନ ସାମଗ୍ରୀ ଧରାପଡିଛି। ୬ ଲକ୍ଷ ୭୮ ହଜାର ୫୪୭ ଲିଟର ମଦ ଜବତ କରା ଯାଇଥିବା ବେଳେ ୩୯୪୧ ବେପାରୀଙ୍କୁ ଗିରଫ କରାଯାଇଛି। ୧୧ ଜଣଙ୍କୁ ଏନଏସଏରେ ବୁକିଂ କରାଯାଇଛି। ୮୪୩.୨୩ କୁଇଣ୍ଟାଲ ଗଞ୍ଜେଇ, ୫ କେଜି ବ୍ରାଉନ ସୁଗର, ୪୫୦୭ ଲିଟର କଫ ସିରଫ ଜବତ କରାଯାଇଛି। ୧୧୮୯ ଟି ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ୧୨୪୦ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ କମିଶନରେଟ ପୋଲିସ ଅଞ୍ଚଳରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରାଯାଇଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ।
ଏହି ଅବସରରେ କମିଶନର ପୋଲିସ (ଭୁବନେଶ୍ଵର-କଟକ) ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ଆଇଜିପି (ବିପିଏସପିଏ) ଶ୍ରୀମତୀ ଏସ. ସାଇନୀ, ଏଆଇଜିପି (ମୁଖ୍ୟାଳୟ) ଶ୍ରୀ ବାତୁଳ ଗଙ୍ଗାଧର ଉପସ୍ଥିତ ଥିଲେ ।












![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)










