ଓଡ଼ିଶା ମୁଖ୍ଯ ଶାସନ ସଚିବ  ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ସ୍ଥାନିତ ଓଡ଼ିଶା ପାଭିଲିୟନ୍ ପରିଦର୍ଶନ କରିଛନ୍ତି

0
188
ଓଡ଼ିଶା ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ସ୍ଥାନିତ ଓଡ଼ିଶା ପାଭିଲିୟନ୍ ପରିଦର୍ଶନ କରିଛନ୍ତି।

By Our Correspondent 

BHUBANESWAR: ଓଡ଼ିଶା ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ସ୍ଥାନିତ ଓଡ଼ିଶା ପାଭିଲିୟନ୍ ପରିଦର୍ଶନ କରିଛନ୍ତି।

ଉତ୍କଳର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଏଠାରେ ପ୍ରତିତିଫଳିତ ହୋଇଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିବା ସହିତ ବୋଇତ ଉପରେ ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତଥା ଓଡିଶା କଳାକୃତିର ଲାଇଭ୍ ଡେମୋ ପ୍ରଦର୍ଶନକୁ ଶ୍ରୀ ଜେନା ଉଚ୍ଚ ପ୍ରଶଂସା କରିଥିଲେ.

ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାର ଓଡିଶା ପାଭିଲିୟନ୍‌ରେ ସ୍ଥାନିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ବିଭିନ୍ନ ଷ୍ଟଲରେ ରହିଛି ଜନଜାତିଙ୍କ ଆକର୍ଷଣୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ। ଡଙ୍ଗରିଆ ଜନଜାତିଙ୍କ ଦ୍ୱାରା ଶାଲ୍, ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ତଥା ଧାନରୁ ତିଆରି ଘରସଜ୍ଜା ପଦାର୍ଥର ଲାଇଭ୍ ଡେମୋ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି.

LEAVE A REPLY

Please enter your comment!
Please enter your name here