ଓଡ଼ିଶା ବିଧାନସଭା ପାଇଁ ବିଜେପିର ନିର୍ବାଚନ ସଂକଳ୍ପ ପତ୍ର-୨୦୨୪କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି

0
51
ଭୁବନେଶ୍ୱରରେ ଓଡ଼ିଶା ବିଧାନସଭା ପାଇଁ ବିଜେପିର ନିର୍ବାଚନ ସଂକଳ୍ପ ପତ୍ର-୨୦୨୪କୁ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ JP Nadda ପ୍ରକାଶ କରିଛନ୍ତି

By Our Correspondent

BHUBANESWAR:  ଭୁବନେଶ୍ୱରରେ ଓଡ଼ିଶା ବିଧାନସଭା ପାଇଁ ବିଜେପିର ନିର୍ବାଚନ ସଂକଳ୍ପ ପତ୍ର-୨୦୨୪କୁ  ରାଷ୍ଟ୍ରୀୟ ଅଧ୍ୟକ୍ଷ JP Nadda ପ୍ରକାଶ କରିଛନ୍ତି I

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆମେ ଦୀର୍ଘ ଦିନ ଧରି ଅଟକି ରହିଥିବା ଓଡ଼ିଶାର ବିକାଶକୁ ସୁନିଶ୍ଚିତ କରିବା ସହ ଓଡ଼ିଶାବାସୀଙ୍କ ଅଭିବୃଦ୍ଧି ତଥା ସମୃଦ୍ଧତାକୁ ନିଶ୍ଚିତ କରିବାକୁ ଦୃଢଉକ୍ତି ପ୍ରକାଶ କରିଛନ୍ତି.

ଓଡ଼ିଶା ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି ମୋଦୀଜୀ। ଓଡ଼ିଶାରେ ବିଜେପି ସରକାର ଆସିଲେ ହେବ ସାମଗ୍ରିକ ବିକାଶ, ଓଡ଼ିଆ ଅସ୍ମିତାର ହେବ ସୁରକ୍ଷା ଓ ଓଡ଼ିଆଙ୍କୁ ମିଳିବ ଓଡ଼ିଶାର ଶାସନ କ୍ଷମତା, ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି.

ଏହି ଅବସରରେ ରାଜ୍ୟ ସଭାପତି Manmohan Samal , ପୂର୍ବତନ ରାଜ୍ୟ ସଭାପତି ତଥା ସଂକଳ୍ପ ପତ୍ର ଅଧ୍ୟକ୍ଷ ଶ୍ରୀ ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ଓ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବିମ୍ବାଧର କୁଅଁରଙ୍କ ସମେତ ଅନ୍ଯାନ୍ଯ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here