ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଆନ୍ଦୋଳିତ ପ୍ରଶ୍ନ ମୋତେ ଚିନ୍ତିତ କରିଛି, ଧର୍ମେନ୍ଦ୍ର ପ୍ରଧାନ

0
245
ମୁଁ ଗଣତନ୍ତ୍ରର ପୂଜାରୀ । ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ୱ ସ୍ଥାନ ଅଛି । ଓଡିଶାରେ ଗତ ମଇ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ଗଣତନ୍ତ୍ରର ଲକ୍ଷଣରେଖା ଭିତରେ ସମସ୍ତେ ରହିବା ଉଚିତ୍ । ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଚଲାଇବା ପାଇଁ ଯେଉଁମାନେ ଭାବିଛନ୍ତି ତେବେ ସେମାନେ ଭୁଲ ଭାବିଛନ୍ତି । ଏହି ଭ୍ରମ ଧାରଣାକୁ ସେମାନେ ଦୂର କରନ୍ତୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

NEW DELHI/BHUBANESWAR: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଉଦ୍ୟମୀ ଶାକ୍ୟସିଂହ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଲିଖିତ ଏକ କବିତା ପଢିବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଶ୍ରୀ ମହାପାତ୍ର କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ଥିବା ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି । ତାଙ୍କର ଏହି କବିତା ପଢିବା ପରେ ବ୍ୟାସକବି ଫକୀରମୋହନ ସେନାପତି ୧୯୦୮ ମସିହାରେ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲେଖିଥିବା ଏକ ପଦ୍ୟ ମନେପଡିଲା ।  ଫକୀରମୋହନ ଲେଖିଥିଲେ “ଓଳି ତଳେ ଲୁଣ କୋଟିଏ ମହଣ, ଆଉ ମୋହ କଥା ଶୁଣ, ବୋଇଲେ କି ହେବ, ଖାଇବାକୁ ହେବ ଲିଭରୋପୁଲ୍‌ରୁ ଲୁଣ” ।

 “ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି, ତୁମ୍ଭ ମାନଙ୍କ ସକାଶେ, ବୁଡୁ ତନ୍ତୀ ବଂଶ ହେଉ ସର୍ବନାଶ, ଯାଆନ୍ତୁ ସେ ବନବାସେ” । ବର୍ତ୍ତମାନ ଆମ ରାଜ୍ୟରେ ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଏହିଭଳି ଆନ୍ଦୋଳିତ ହେଉଥିବା ପ୍ରଶ୍ନ ମୋତେ ଚିନ୍ତିତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here