ଓଡ଼ିଶାର ପ୍ରତ୍ୟେକ ଘରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ମୋଦିଜୀ ୫ବର୍ଷରେ ୧୦ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ପ୍ରଦାନ କରିଛନ୍ତି କିନ୍ତୁ ସିଏଜି ରିପୋର୍ଟ କହୁଛି ଯେ, ମାତ୍ର ୮ଶହ ୨୪କୋଟି ଟଙ୍କା ରାଜ୍ୟ ରକାର ଖର୍ଚ୍ଚ କରିପାରିଛନ୍ତି- ଭର୍ତ୍ତୃହରି ମହତାବ

0
66
ଓଡ଼ିଶାର ବଜେଟ୍ ଅଢ଼େଇ ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ଓଡ଼ିଶା ରାଜ୍ୟର ରାଜସ୍ୱ ୧ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ୫୦ ରୁ ୫୩ହଜାର କୋଟି ଟଙ୍କା ମାଇନିଙ୍ଗ ସେକ୍ଟରରୁ ଓଡ଼ିଶାକୁ ମିଳୁଛି । ଓଡ଼ିଶାରେ ଅର୍ଥର ଠିକ୍ ବିନିଯୋଗ ହୋଇପାରୁନାହିଁ । ଫଳରେ ଓଡ଼ିଶାର ଗ୍ରାମାଚଂଳର ୨୪ଲକ୍ଷ ପରିବାର ଓ ସହରାଚଂଳରେ ୩୧ପ୍ରତିଶତ ଶୁଦ୍ଧ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି ।

By Our Correspondent

BHUBANESWAR:   ବୈଶାଖ ମାସ ଆରମ୍ଭ ହୋଇନାହିଁ । ଓଡ଼ିଶାରେ ଜଳ କଷ୍ଟ କେତେ ଉତ୍କଟ ହୋଇଛି ତାହା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଅବଗତ ହେଉଛନ୍ତି ଓଡ଼ିଶାବାସୀ । ରାଜନୈତିକ ପ୍ରକ୍ରିୟା ଭିତରେ କେନ୍ଦ୍ରୀୟ ଜଳ ଆୟୋଗ ଗତ ଦୁଇଦିନ ତଳେ ଗୋଟିଏ ଖବର ପ୍ରସାରଣ କରିଥିଲେ- ଦକ୍ଷିଣ ଓଡିଶାରେ ୪ଟି ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି । ମହାନଦୀର ଜଳ ପିଇବା ଯୋଗ୍ୟ ନୁହେଁ ।

ହୀରାକୁଦରେ ଜଳସ୍ତର କମିବା ସହ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ନଦୀ, ନାଳ, କେନାଲରେ ଜଳସ୍ତର କମିବାରେ ଲାଗିଛି । ଚାଷ, ପିଇବା ପାଣି, ଜୀବଜନ୍ତୁ ଏବେ ପାଣି ପାଇଁ ହାହାକାର ଦେଖାଦେଉଛି । ହିରାକୁଦକୁ ଛାଡି ମହାନଦୀ ଶଯ୍ୟାରେ ଦୁଇଟି ଜଳଭଣ୍ଡାର କରାଯାଇଛି ସେଠି ମଧ୍ୟ ଜଳସ୍ତର ବହୁ ମାତ୍ରାରେ କମିଯାଇଛି ।

ମଣିଷର ପ୍ରଥମ ପ୍ରାଥମିକତା ହେଉଛି ପାନୀୟଜଳ, ଦ୍ୱିତୀୟ ପ୍ରାଥମିକତା ହେଉଛି ଜମିକୁ ଜଳ, ତୃତୀୟରେ ଶିଳ୍ପକୁ ଜଳ । କିନ୍ତୁ ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଇବାରେ ପ୍ରାଥମିକତା ଦେଉଛନ୍ତି । ୨୪ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ ଜଳଭଣ୍ଡାର କରିବାରେ ବିଫଳ ହୋଇଛନ୍ତି ।

ଯଶ୍ୱସୀ ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ “ହର ଘର ନଲ ପେ ଜଳ” ଯୋଜନା ଜରିଆରେ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା କାର୍ଯ୍ୟକାରୀ ହୋଇନପାରି ଫେରିଯାଉଛି । ଓଡ଼ିଶାର ପ୍ରତ୍ୟେକ ଘରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ମୋଦିଜୀ ୫ବର୍ଷରେ ୧୦ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ସିଏଜି ରିପୋର୍ଟ କହୁଛି ଯେ, ମାତ୍ର ୮ଶହ ୨୪କୋଟି ଟଙ୍କା ରାଜ୍ୟ ରକାର ଖର୍ଚ୍ଚ କରିପାରିଛନ୍ତି ।

ଓଡ଼ିଶାର ବଜେଟ୍ ଅଢ଼େଇ ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ଓଡ଼ିଶା ରାଜ୍ୟର ରାଜସ୍ୱ ୧ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ୫୦ ରୁ ୫୩ହଜାର କୋଟି ଟଙ୍କା ମାଇନିଙ୍ଗ ସେକ୍ଟରରୁ ଓଡ଼ିଶାକୁ ମିଳୁଛି । ଓଡ଼ିଶାରେ ଅର୍ଥର ଠିକ୍ ବିନିଯୋଗ ହୋଇପାରୁନାହିଁ । ଫଳରେ ଓଡ଼ିଶାର ଗ୍ରାମାଚଂଳର ୨୪ଲକ୍ଷ ପରିବାର ଓ ସହରାଚଂଳରେ  ୩୧ପ୍ରତିଶତ ଶୁଦ୍ଧ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି ।

ମହାନଦୀ କୁଳରେ ବସବାସ କରୁଥିବା କଟକ ଜିଲ୍ଲାବାସୀ ପାନୀୟ ଜଳରୁ ବଂଚିତ ହେଉଛନ୍ତି । ଦିନେ ମୁଖ୍ୟମନ୍ତ୍ରୀ ମହାଶୟ ମହାନଦୀ ମା ବୋଲି ସମ୍ବୋଧନ କରିବା ସହ ମହାନଦୀର ସୁରକ୍ଷା ଆମର ସଂକଳ୍ପ ବୋଲି ଘୋଷଣା କରିଥିଲେ । ମହାନଦୀର ଜଳକୁ ଏପର୍ଯ୍ୟନ୍ତ ସଠିକଭାବରେ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ କରିପାରିଲେ ନାହିଁ । ଫଳରେ ସମ୍ବଲପୁରେ ହଇଜା ଓ କଟକରେ ଦଣ୍ଡିସ ବ୍ୟାପୁଛି ।

ରାଜଧାନୀ ଭୁବନେଶ୍ୱର ଓ ୧୦୦ବର୍ଷର ସହର କଟକର ଜୀବନରେଖା କୁହାଯାଉଥିବା କୁଆଖାଇ, ଦୟାନଦୀ, କାଠଯୋଡି ଓ ମହାନଦୀରେ ବର୍ଜ୍ୟବସ୍ତୁ ଓ ଶବ  ନିକ୍ଷେପ କରାଯାଉଛି । ବ୍ରାହ୍ମଣୀ ନଦୀଜଳକୁ କଟକ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଜିଲ୍ଲାମାନଙ୍କ କଥା ନକହିବା ଭଲ । କିନ୍ତୁ ଦୁର୍ନୀତିଖୋର ରାଜ୍ୟ ସରକାର ନଦୀ ସୁରକ୍ଷାରେ ସମ୍ପୂର୍ଣ୍ଣ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ତୁରନ୍ତ ଏହି ସମସ୍ୟାକୁ ସରକାର ଗୁରୁତର ସହ ବିଚାରକରନ୍ତୁ ।

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଜଳ ସମସ୍ୟା କାୟା ବିସ୍ତାର କରୁଛି । ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ । -ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ

 

 

 

LEAVE A REPLY

Please enter your comment!
Please enter your name here