ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନଙ୍କ ପରଲୋକ

0
187
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ଶନିବାର ଦିନ ୧୨.୩୦ ସମୟରେ ତାଙ୍କର ପରଲୋକ ହୋଇଛି ।

By Our Correspondent

BHUBANESWAR:  ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ଶନିବାର ଦିନ ୧୨.୩୦ ସମୟରେ ତାଙ୍କର ପରଲୋକ  ହୋଇଛି । 

୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର ପରେ ପରେ ଶ୍ରୀଯୁକ୍ତ ରାଜେନ୍ଦ୍ରନ୍  ଓଡିଶାର  ରାଜ୍ୟପାଳ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ରାଜ୍ୟ ସରକାରଙ୍କୁ ବିଶେଷ ଭାବେ ରିଲିଫ୍  ଓ ପୁନର୍ବାସ କାର୍ଯ୍ୟରେ  ସହାୟତା କରି ସେ ପ୍ରଶଂସିତ ହୋଇଥିଲେ।

 ଇଂରାଜୀରେ  ରଚିତ ତାଙ୍କ ଆତ୍ମଜୀବନୀ  ‘Service Uninterrupted’କୁ ଓଡିଆ ଭାଷାରେ  ଦେଖିବାର ତାଙ୍କର ଅଭୀପ୍ସା  ସତେ ଯେଭଳି  ତାଙ୍କୁ ବଂଚାଇ ରଖିଥିଲା ।  ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ  ପକ୍ଷରୁ ତାଙ୍କର ଆତ୍ମଜୀବନୀ ଓଡ଼ିଆରେ ଅନୁବାଦ ଓ ପ୍ରକାଶନ କରାଯାଇଥିଲା । ଓଡ଼ିଆରେ ଅନୁବାଦିତ ତାଙ୍କର ଆତ୍ମଜୀବନୀ “ସେବା  ଅବ୍ୟାହତ” କୁ ସୋଆର ପ୍ରଫେସର  ନଚିକେତା ଖମାରୀ ଶର୍ମା ଅନୁବାଦ କରିଥିଲେ ।  ଏହି ପୁସ୍ତକକୁ ଗତ  ଜୁଲାଇ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ମୋଚନ କରାଯାଇଥିବାବେଳେ  ଅଗଷ୍ଟ ୨୦ ତାରିଖରେ ସେ ଭାରତର ରାଷ୍ଟ୍ରପତି ଙ୍କୁ ଔପଚାରିକ ଭାବେ ଭେଟି ଦେଇଥିଲେ ।

ଆଧୁନିକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଠାରେ ୧୨ ଏପ୍ରିଲ  ୧୯୩୫ ରେ ସେ ଜନ୍ମଗ୍ରହଣ କରିଥିଲେ ।  ୧୯୫୭ ମସିହାରେ ଆଇଏଏସ ଟପ୍ପର ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବେଳେ ଚାକିରୀରୁ ଅବସର ନେବା ପରେ  ଓଡିଶାର ରାଜ୍ୟପାଳ  ଭାବରେ ୫ ବର୍ଷର  କାର୍ଯ୍ୟକାଳ ଭିତରେ  ତିନିଜଣ  ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗୋ,  ସ୍ୱର୍ଗତ  ହେମାନନ୍ଦ ବିଶ୍ୱାଳ  ଓ ଶ୍ରୀ ନବୀନ ପଟ୍ଟନାୟକ ସହିତ ସେ କାର୍ଯ୍ୟ କରିଥିଲେ ।   

“ମାନବ ସେବାରେ ଆଦର୍ଶ ଅବଦାନ”  ମାନ୍ୟତା ପାଇଁ ରୋଟାରୀ  ଇଟଂରନ୍ୟାସନାଲ ତାଙ୍କୁ ସମ୍ମାନଜନକ ଜୀବନବ୍ୟାପୀ  ସଦସ୍ୟତା  ପ୍ରଦାନ କରିଥିଲେ ।  ସେ ଛାଡି  ଯାଇଛନ୍ତି  ତାଙ୍କର ୬୪ ବର୍ଷର  ଜୀବନସାଥୀ  ସୁଶୀଳା  ରାଜେନ୍ଦ୍ରନ, ଝିଅ ସୁମାଙ୍କ ସହିତ  ସାତଜଣ ନାତିନାତୁଣୀଙ୍କୁ ।

LEAVE A REPLY

Please enter your comment!
Please enter your name here