By Our Correspondent
BHUBANESWAR: ଓଡ଼ିଶାରେ ଶହ ଶହ କୋଟି କଳା ଟଙ୍କା ଜଣେ ଅଣଓଡ଼ିଆ କଂଗ୍ରେସ ସାଂସଦଙ୍କର ଧରା ପଡ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ , କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ଜୟ ପଣ୍ଡା.
ଏସବୁ ଦେଖି ଲାଗୁଛି ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି । ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ? ପୂର୍ବତନ ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ଜୟ ପଣ୍ଡା କହିଛନ୍ତି.