ଓଡ଼ିଆ ଭାଷାକୁ ବ୍ୟାପକ କରିବା ଲକ୍ଷ୍ୟରେ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ- ମୁଖ୍ୟମନ୍ତ୍ରୀ

0
197
ଓଡ଼ିଆ ଭାଷା ଅସ୍ମିତାର ମହାପର୍ବ ପ୍ରଥମ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ' ଉଦଯାପିତ ହୋଇଛି। ଓଡ଼ିଆ ଭାଷାକୁ ବ୍ୟାପକ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ସମସ୍ତଙ୍କ ଅନୁରୋଧକ୍ରମେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆୟୋଜିତ ମ୍ୟୁଜିୟମ ସମୟସୀମାକୁ ଆଉ ୩ଦିନ ବୃଦ୍ଧି କରିଛନ୍ତି।

By Our Correspondent

BHUBANESWAR :   ଓଡ଼ିଆ ଭାଷା ଅସ୍ମିତାର ମହାପର୍ବ ପ୍ରଥମ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଉଦଯାପିତ ହୋଇଛି। ଓଡ଼ିଆ ଭାଷାକୁ ବ୍ୟାପକ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ସମସ୍ତଙ୍କ ଅନୁରୋଧକ୍ରମେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆୟୋଜିତ ମ୍ୟୁଜିୟମ ସମୟସୀମାକୁ ଆଉ ୩ଦିନ ବୃଦ୍ଧି କରିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଭାଷା ସମ୍ପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ବିଧାନସଭାରେ ଘୋଷଣା କରିବେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଯୁବ ସମାଜକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଓଡ଼ିଆ ଭାଷା ଆମ ଯୁବପିଢ଼ିର ଭାଷା ହେବ। ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ Shree Jagannatha: Lord of The Universe, Odia: Journey of A Language ଏବଂ Magical Tales From Odisha ପୁସ୍ତକର ୨ଟି ଅନୁବାଦ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଏଥିସହ ପୁରସ୍କାର ପାଇଥିବା ସବୁ ପ୍ରତିଭାମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି.

LEAVE A REPLY

Please enter your comment!
Please enter your name here