ଓଡ଼ିଆଙ୍କ ଭାବାବେଗ ଓ ଅସ୍ମିତାର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪

0
176
ଓଡ଼ିଆଙ୍କ ଭାବାବେଗ ଓ ଅସ୍ମିତାର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪। ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଓଡ଼ିଆ ଭାଷାର ଏହି ମହାପର୍ବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣରେ ଉଦଘାଟନ କରିଛନ୍ତି।

By Our Correspondent

BHUBANESWAR:  ଓଡ଼ିଆଙ୍କ ଭାବାବେଗ ଓ ଅସ୍ମିତାର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪। ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଓଡ଼ିଆ ଭାଷାର ଏହି ମହାପର୍ବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣରେ ଉଦଘାଟନ କରିଛନ୍ତି।

ଏହି ବିଶାଳ କାର୍ଯ୍ୟକ୍ରମରେ ଦେଶ ବିଦେଶର ଖ୍ୟାତନାମା ଭାଷା ବିଜ୍ଞାନୀଙ୍କ ସହିତ ବିଶିଷ୍ଟ ଲେଖକ, ସାହିତ୍ୟିକ, ଗବେଷକ, ଐତିହାସିକ ଏବଂ ସଂସ୍କୃତି ବିଶାରଦମାନେ ଯୋଗ ଦେଇଛନ୍ତି। ଆଜିର ଉଦଘାଟନୀ ସମାରୋହରେ ଦର୍ଶକମାନଙ୍କ ଭିତରେ ବହୁ ସଂଖ୍ୟାରେ ଯୁବପିଢ଼ି ଉପସ୍ଥିତ ରହି ଏହି ଭାଷା ମହୋତ୍ସବରେ ନିଜକୁ ଯୋଡ଼ିଛନ୍ତି।

‘‘ଆମ ଭାଷା ଆମର ପରିଚୟ। ଭାଷା ହେଉଛି ଗୋଟିଏ ଜାତିର ମୁକୁଟ। ଏକତାର ମହାନ ମନ୍ତ୍ର ହେଉଛି ଭାଷା। ଆମ ଜାତି ଓ ଭାଷା ପାଇଁ ଆଜି ହେଉଛି ଗୌରବର ଦିନ। ସାରା ଓଡ଼ିଶା ଆଜି ଭାଷା ପାଇଁ ଏକାଠି ହୋଇଛି। ଏହି ଅବସରରେ ଆମେ ଭାଷାର ଇତିହାସକୁ ଜାଣିବା, ବର୍ତ୍ତମାନକୁ ଦେଖିବା ଏବଂ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା।’’, ମୁଖ୍ୟମନ୍ତ୍ରୀ, ଓଡ଼ିଶା ନବୀନ ପଟ୍ଟନାୟକ.

ଭାଷା ଅତୀତର ଅସ୍ତିତ୍ୱ । ଭାଷା ହିଁ ଭବିଷ୍ୟତ। ଆଗାମୀ ପିଢିଙ୍କ ପାଖରେ ଓଡ଼ିଆ ଭାଷାର ଆଦର ବଢାଇବା ସହ ଆଧୁନିକ ଜ୍ଞାନକୌଶଳ ଜରିଆରେ ଭାଷାକୁ ଆହୁରି ସମୃଦ୍ଧଶାଳୀ କରିବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ.

LEAVE A REPLY

Please enter your comment!
Please enter your name here