ଏହା କି ପ୍ରକାର 5ଟି ଶାସନ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ସରକାରଙ୍କୁ ପ୍ରଶ୍ନ – ବେଆଇନ ମରୁମ୍  ଉତ୍ତୋଳନ ମାମଲାରେ ସୂଚନା  ଅଧିକାର କର୍ମୀ ସର୍ବେଶ୍ଵର  ବେହୁରାଙ୍କ ଗାଡ଼ି ବ୍ୟବହାର ଯୋଗୁଁ ତାଙ୍କଠାରୁ  29କୋଟି ଟଙ୍କା ଜରିମାନା ଆଦାୟ ପାଇଁ ଦର୍ପଣ ତହସିଲଦାରଙ୍କ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି

0
230
sand mining -file

By Our Correspondent

BHUBANESWAR:   ବେଆଇନ ମରୁମ୍  ଉତ୍ତୋଳନ ମାମଲାରେ ସୂଚନା  ଅଧିକାର କର୍ମୀ ସର୍ବେଶ୍ଵର  ବେହୁରାଙ୍କ ଗାଡ଼ି ବ୍ୟବହାର ଯୋଗୁଁ ତାଙ୍କଠାରୁ  29କୋଟି ଟଙ୍କା ଜରିମାନା ଆଦାୟ ପାଇଁ ଦର୍ପଣ ତହସିଲଦାରଙ୍କ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ।

କିନ୍ତୁ  ରାଜ୍ୟ ଭିଜିଲାନ୍ସ  ବେଆଇନ ଖଣି ଲୁଟ ଓ ଚୋରା ଚାଲାଣ ରେ ସଂପୃକ୍ତ ଯାଜପୁର ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ତଥା ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଙ୍କ ସମେତ ଧର୍ମଶାଲା ତହସିଲ ର ଚାରି ଜଣ ତହସିଲଦାର ଙ୍କ ସମେତ 12ଜଣ ଲିଜ ଧାରୀଙ୍କ ଠାରୁ  200 କୋଟି ଟଙ୍କା ଜରିମାନା ଅର୍ଥ ଆଦାୟ କରୁନାହିଁ କି ଆଇନଗତ କାର୍ଯ୍ୟାନଷ୍ଠାନ  ଗ୍ରହଣ କରିନାହିଁ।  2013 ରୁ 2022 ବେଆଇନ କଲାପଥ ର ଚୋରିକୁ ହିସାବକୁ ନିଆଯାଏ , ତେବେ ଏହି ଚୋରି 2000କୋଟି ଟଙ୍କା ହେବ ଯାହାକି ଭିଜିଲାନ୍ସ ଆକଳନ କରିପାରି ନାହି ।

ଏହା କି ପ୍ରକାର 5ଟି ଶାସନ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ସରକାରଙ୍କୁ ପ୍ରଶ୍ନ ।

ଗତ 21.11.23ରେ ଦର୍ପଣ ତହସିଲଦାର ମଣ୍ଡୁକ ପାହାଡ଼ରୁ ବେଆଇନ ମୋରୁମ୍ ଉତ୍ତୋଳନ ରେ ସର୍ବେଶ୍ଵର ଙ୍କ  ଗାଡ଼ି  ପରକୋଲିଁ ମେସିନ ର ବ୍ୟବହାର ଯୋଗୁଁ ତାଙ୍କ ଉପରେ 29କୋଟି ଟଙ୍କାର ଜରିମାନା କରିଛନ୍ତି । ଯାଜପୁର ଜିଲ୍ଲାର ଇତିହାସରେ କେବଳ ମରୁମ  ଉତ୍ତୋଳନ ପାଇଁ ଏତେ ଟଙ୍କା ଜରିମାନା କରିବା ବୋଧହୁଏ ଏକ ବିରଳ ଘଟଣା , ପ୍ରଦୀପ ପ୍ରଧାନ, ଓଡ଼ିଶା ସୂଚନା ଅଧିକାର ଅଭିଯାନ said.

ଏଠାରେ ସୂଚନା ଯୋଗ୍ୟଯେ, ସର୍ବେଶ୍ଵର ତାଙ୍କ ର perkolin vehicle  ଜଣେ ବ୍ୟକ୍ତି କୁ  ଲିଜ ଆକାରରେ ଭଡା ଦେଇଥିଲେ । ଉକ୍ତ ବ୍ୟକ୍ତି ଜଣ କ ସେହି ଗାଡ଼ିକୁ ନେଇ ମଣ୍ଡୁକ୍ ପାହାଡ ଲିଜ ନେଇଥିବା ଲିଜ ଧାରିଙ୍କ ଅଞ୍ଚଳରେ ବ୍ୟବହାର କରୁଥିଲେ । ଆଶ୍ଚର୍ୟ୍ଯ ଜନକ ଭାବେ  ସର୍ବେଶ୍ଵର ଙ୍କ ଗାଡ଼ି କୁ ନେଇ ଭଡ଼ାରେ ଲଗାଇଥିବା ଠିକାଦାର ବା ବେଆଇନ ଉତ୍ତୋଳନ କରୁଥିବା ଲିଜ ଧାରୀ ବା ମାଫିଆଙ୍କ ବିରୁଦ୍ଧରେ  ଦର୍ପଣ ତହସିଲ ଦାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ସର୍ବେଶ୍ଵର ଙ୍କ ବିରୁଦ୍ଧରେ ଏପରି ଚକ୍ରାନ୍ତ ମୂଳକ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାର ଉଦ୍ଧେଶ୍ୟ ହେଉଛି , ଧର୍ମଶାଳା  ତହସିଲ ରେ ଦଙ୍କାରି , ଆରୁହା , ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ଲକ୍ଷ ଲକ୍ଷ ଟନ ବେଆଇନ ଖଣି  ଉତ୍ତୋଳନ କୁ ଲୋକ ଲୋଚନକୁ ଆଣିବା  ସହ ଏହାର ତଦନ୍ତ ଦାବି କରି ଲୋକାଯୁକ୍ଟ ଙ୍କ ନିକଟରେ ଅଭିଯୋଗ କରିଥିଲେ । ଲୋକାୟୁକ୍ ଅଭିଯୋଗ  ସଂଖ୍ୟା 120/2021 କୁ ବିଚାରକୁ ନେଇ  ବିଛାଖଣ୍ଡିରେ ଚାଲିଥିବା ବେଆଇନ କଲା ପଥର ଖଣି ଉତ୍ତୋଳନ ର ତଦନ୍ତ ରାଜ୍ୟ ଭିଜଲାନସ୍ କୁ ଦେଇଥିଲେ । ଭିଜିଲାନ୍ସ ଦୁଇ ବର୍ଷ ତଦନ୍ତ କରି ତାଙ୍କ ତଦନ୍ତ ରିପୋର୍ଟ ଲୋକାୟୁକ୍ତ ଙ୍କୁ ପ୍ରଦାନ କରିଥିଲେ ।

 ଏହି ତଦନ୍ତ ରିପୋର୍ଟ ପୂର୍ଣ୍ଣାଙ୍ଗ  ନୁହେଁ ବୋଲି ଭିଜିଲାନ୍ସ ତାଙ୍କ ରିପୋର୍ଟରେ ଉଲ୍ଲେ ଖ କରିବା ସହ 2017ରୁ 2019 ମଧ୍ୟରେ ଖଣି ଲିଜ୍ ଧାରୀ ଙ୍କ ଦ୍ଵାରା ବେଆଇନ କଳା ପଥର ଚୋରି ଏବଂ ଲିଜ ନଥାଇ ଚାରୋଟି ଲିଜ ଅଞ୍ଚଳରେ ବେଆଇନ କଲା ପଥର ଲୁଟ ରେ  200କୋଟି ରାଜସ୍ବ ଲୁଟ ହୋଇଛି ବୋଲି ଭି ଜିଲାନ୍ସ ଦର୍ଶାଇ ଲୋକାୟୁକ୍ଟ ଙ୍କୁ ରିପୋର୍ଟ ଦେଉଳିଥିଲା । ଏହି ଲୁଟରେ  ତକ୍ତାଲିନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କ ସମେତ ତିନି ଜଣେ  ତହସିଲ ଡାର ଓ 12 ଜଣ ଲିଯାଧାରିଙ୍କ ବିରୁଦ୍ଧରେ  ସଂପୃକ୍ତ ବୋଲି ଦର୍ଶଯାଇଥିଲେ।

କିନ୍ତୁ ଆଶ୍ଚର୍ୟ୍ଯ ଜନକ ଭାବେ ତହସିଲଦାର କି ଜିଲ୍ଲାପାଳ କି ରାଜ୍ୟ ସରକାର ଏତେବଡ ଲୁଟ ହୋଇଥିଲେ ବନ୍ଦ ଲୁଟେରା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କି ଆରେଷ୍ଟ  କରିନାହାନ୍ତି । ଏହାର କାରଣ ହେଉଛି , ଏହି ଲୁଟ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ତତ୍ତ୍ଵାବଧାନରେ ବିଜେଡି ପାର୍ଟି ଫଣ୍ଡ ପାଇଁ ଏହି ଚୋରି ଚାଲିଥିଲା ଏବେବି ଚାଲିଛି । ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ।

ସର୍ବେଶ୍ଵର ଏହି ଲୁଟ ଲୋକଲୋଚନ କୁ ଆଣିଥିବାରୁ ତାଙ୍କ ଉପରେ  ଆକ୍ରଶ ମୂଳକ ଭାବେ ବୋଲାମାଡ କରେଇବା, ମିଥ୍ୟା କେଶ କରି ଜେଲରେ ପୁରେଇବା ଓ ପୁଣି  ଟଣା  ଟୁଣି କରି ଜରିମାନା କରିବାରେ ଲାଗିପଡିଛନ୍ତି । ଖଣି ଲୁଟ ରେ ସଂପୃକ୍ତ ରଞ୍ଜନ କୁମାର ଦାସ ଙ୍କୁ promotion ଦିଆଯାଇ ଜଗନ୍ନାଥ ମନ୍ଦିରର  ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି ।

ଏହି ହେଉଛି ନବୀନ ବାବୁଙ୍କ ସ୍ୱଚ୍ଛ , ନିର୍ମଳ ,ଦୁର୍ନୀତି ମୁକ୍ତ  ଶାସନ ।ରାଜ୍ୟରେ କାହିଁକି ହରିଲୁତ୍ ହେଉଛି ଏଂବ ଲୁଟେରା ମାନଙ୍କ r ଭୂସ୍ବର୍ଗ ପାଲଟିଛି, ଏହି ଲେଖାରୁ ପାଠକେ ବୁଝିବାକୁ ଚେଷ୍ଟା କରିବେ , ପ୍ରଦୀପ ପ୍ରଧାନ, ଓଡ଼ିଶା ସୂଚନା ଅଧିକାର ଅଭିଯାନ said.

LEAVE A REPLY

Please enter your comment!
Please enter your name here