ଉନ୍ନତି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ପୌରାଚଂଳରେ “ଆମ ଓଡିଶା ନବୀନ ଓଡିଶା, ସହରୀ” କାର୍ଯ୍ୟକ୍ରମ ଆୟୋଜନ କରାଯିବ

0
131
Chief Minister Naveen Patnaik -file

By Our Correspondent

BHUBANESWAR:  ଉନ୍ନତି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ପୌରାଚଂଳରେ “ଆମ ଓଡିଶା ନବୀନ ଓଡିଶା, ସହରୀ” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ଚଳିତ ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୭ ତାରିଖ ସୁଦ୍ଧା ସମାପ୍ତ ହେବ। ଏ ସଂକ୍ରାନ୍ତରେ  ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି।

ଆମ ଓଡିଶା ନବୀନ ଓଡିଶା (ସହରୀ) କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିଭିନ୍ନ ଶିବିର ଆୟୋଜନ କରାଯିବ ଏବଂ ନାଗରିକମାନଙ୍କୁ ସରକାରଙ୍କ ବିଭିନ୍ନ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ବିଷୟରେ ଅବଗତ କରାଯିବ। ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ପ୍ରଦାନ କରି ନାଗରିକଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଅଟେ.

LEAVE A REPLY

Please enter your comment!
Please enter your name here