ଇମ୍ଫା-ଚୌଦ୍ବାର ଦ୍ଵାରା ଶିଳାନ୍ୟାସ ଓ ବିଭିନ୍ନ ଆବଶ୍ୟକୀୟ ଜିନିଷ ପ୍ରଦାନ

0
207
ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଓ ଦାଇତ୍ଵବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡସନ ଦ୍ଵାରା ଚୌଦ୍ବାରର ୱାର୍ଡ ନମ୍ବର - ୦୮ ରେ ଗୋଟିଏ ସ୍କୁଲ ଗୃହର ପୁନର ଉଦ୍ଧାର ଓ ୱାର୍ଡ ନମ୍ବର ୧୨ ର କାର୍ତ୍ତିକଶ୍ଵର ପୂଜା ମଣ୍ଡପର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା।

By Our Correspondent

CHOUDWAR:  ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଓ ଦାଇତ୍ଵବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡସନ ଦ୍ଵାରା ଚୌଦ୍ବାରର ୱାର୍ଡ ନମ୍ବର – ୦୮ ରେ ଗୋଟିଏ ସ୍କୁଲ ଗୃହର ପୁନର ଉଦ୍ଧାର ଓ ୱାର୍ଡ ନମ୍ବର  ୧୨ ର କାର୍ତ୍ତିକଶ୍ଵର ପୂଜା ମଣ୍ଡପର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା।

ଏହି ଶୁଭ ପ୍ରଦାନ ସମୟରେ ୧୨ ନମ୍ବର ୱାର୍ଡ ର ବରିଷ୍ଠ କାଉନସିଲର ଶ୍ରୀ ସୁବ୍ରତ କୁମାର ସାମଲ , ୮ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା , ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ଅର୍ଜୁନ ପଣ୍ଡା , ୮ ନମ୍ବର ସଭାପତି ବାବାଜୀ ନାଥ ଇମ୍ଫାର ସାଧାରଣ ପ୍ରଶାସକ ଶ୍ରୀ ସାରଦା ପ୍ରସାଦ ରାଓ, ମାନସ ରଞ୍ଜନ ପ୍ରଧାନ , ଆଶିଷ ଦାସ ଓ ୱାର୍ଡ ର ଅନେକ ବରିଷ୍ଠ ନାଗରିକ ସହିତ ବହୁ ଯୁବ ପିଢୀ ଉପସ୍ଥିତି ଥିଲେ । ଚୌଦ୍ବାର ବହୁ ଚର୍ଚିତ ରୂପ ଯାତ୍ରା କମିଟିର ସଭା ଗୃହ ପାଇଁ ଯାତ୍ରା କମିଟି ତରଫରୁ ଦୁଇଟି ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ପାଇଁ ଇମ୍ଫା ଆଗରେ ଏକ ଅନୁରୋଧ ପ୍ରସ୍ତାବ ଦେଇଥିଲେ ।

ଆଜି ଇମ୍ଫା ତରଫରୁ ଦୁଇଟି ଦୁଇ ଟନ ଏ ॰ ସି॰ କମିଟିର ସଭାପତି ଶ୍ରୀ ସୁବୋଧ କୁମାର ନାୟକଙ୍କୁ ଇମ୍ଫା ର ସାଧାରଣ ପ୍ରଶାସକ ଶ୍ରୀ ସାରଦା ପ୍ରସାଦ ରାଓ ଓ ଲୋକ ସମ୍ପର୍କ ବିଭାଗର  ଉପ ସାଧାରଣ ପ୍ରଶାସକ ଶ୍ରୀ ଧୃବ ଚରଣ ରାଉତଙ୍କ ଦ୍ଵାରା ପ୍ରଦାନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମ ସମୟ ରେ ଚୌଦ୍ବାର ଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ, ସମ୍ପାଦକ ଶ୍ରୀ  ନାରାୟଣ ସ୍ଵାଇଁ , କୋଷଧକ୍ଷ ରବୀନ୍ଦ୍ର ସାହୁ ,ଧୀରେନ୍ଦ୍ର ନାଥ ଚଉଧୁରୀ , ସୂର୍ଯ ନାରାୟଣ ଦାସ , ରାମ ଚନ୍ଦ୍ର ମହାରଣା ଇମ୍ଫା ର ଶ୍ରୀ ମାନସ ପ୍ରଧାନ,ଆଶିଷ ଦାସ ,ରଞ୍ଜିତ ବେହେରା ଶ୍ରୀ ସୁଶାନ୍ତ ନାୟକ ସହ ଚୌଦ୍ବାର ଗାଁ ବହୁ ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଠୀ ଆଦି ଉପସ୍ଥିତ ଥିଲେ । ଚୌଦ୍ବାର ମଣ୍ଡଳ କାରାଗାରରେ ଖୋଲା ଯାଇଥିବା ମେଡିକାଲ ପାଇଁ 3 seated ୪ ଟି ଷ୍ଟିଲ ଚେୟାର ଓ ରୋଗୀଙ୍କ ପାଇଁ ୪ଟି ବେଡ ପାଇଁ  କାରାଗାରର ବରିଷ୍ଠ ଅଧିକ୍ଷକ ଓ ଚୌଦ୍ବାର ପୌରଉପାଧ୍ୟକ୍ଷଙ୍କ ଅନୁରୋଧ କରିଥିଲେ ।

ଚୌଦ୍ବାର ପୌରଉପାଧ୍ୟକ୍ଷ ଶ୍ରୀ ସୁଭେନ୍ଦୁ ସାମଲ ଓ କାରାଗାରର  ବରିଷ୍ଠ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ବେହେରାଙ୍କୁ ଇମ୍ଫା ର ସାଧାରଣ ପ୍ରଶାସକ ଶ୍ରୀ ସାରଦା ପ୍ରସାଦ ରାଓ ପ୍ରଦାନ କରିଥିବା ବେଳେ ଅନ୍ତେବାସୀ ଓ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ୟକ୍ରମକୁ ଲୋକସମ୍ପର୍କର ଡି ଜି ଏମ ଶ୍ରୀ ଧୃବ ଚରଣ ରାଉତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here