ଇନ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗାନ୍ଧୀ ଇଞ୍ଜିନିୟରିଂ କଲେଜ ଅଡୀଟୋରିଅମ୍ ରେ ପୁଲିସ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଭାବ ବିନିମୟ ବୈଠକ ଅନୁଷ୍ଠିତ

0
237

By Biswanath Dash

BHUBANESWAR: ଭୁବନେଶ୍ଵର କମିଶନରେଟ୍ ପୋଲିସ ତରଫରୁ ଆଜି ଇନ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗାନ୍ଧୀ ଇଞ୍ଜିନିୟରିଂ କଲେଜ ଅଡୀଟୋରିଅମ୍ ରେ ପୁଲିସ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଭାବ ବିନିମୟ ବୈଠକ ଅନୁଷ୍ଠିତ ହୋଇଥିଲା ।

 ଏଥିରେ ମୁଖ୍ୟ ଅତିଥି ଭାବରେ ଏସିପି ଜୋନ୍- ୩, ଶ୍ରୀ ପ୍ରଦୀପ କୁମାର ରାଉତଙ୍କ ସହିତ ଇନ୍ଫୋଭ୍ୟାଲି ଥନାଧିକାରୀ ଶ୍ରୀ ବିଜୟ କୁମାର ବାରିକ, ନୋଡ଼ାଲ ଅଫିସର ଶ୍ରୀ ପ୍ରସନ୍ନ କୁମାର ନାୟକ ଏବଂ ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରବି ନାରାୟଣ ସାମନ୍ତରାୟ, ଶ୍ରୀଯୁକ୍ତ ସୁଧୀର କୁମାର ବେହରା, ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ମାର୍ଥାଙ୍କ ସମେତ ପ୍ରାୟ ୫୦ଜଣ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯିବା ସହ ବିଶେଷତଃ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଆଲୋକ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏହି ବୈଠକରେ ପୁଲିସ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ନେଇ “ଆମ ପୁଲିସ ସମିତି” ଗଠନ କରାଯିବା ସହ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ WhatsApp group ମଧ୍ୟ କରାଯାଇଛି ।

ସୁଚନାନୁଯାୟୀ, ବରିଷ୍ଠ ନାଗରିକଙ୍କ ହିତକୁ ଲକ୍ଷ୍ୟ କରି ଭୁବନେଶ୍ୱର କମିଶନରେଟ ପୋଲିସ ତରଫରୁ ଏହି ଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ।

LEAVE A REPLY

Please enter your comment!
Please enter your name here