ଆବୁଧାବୀରେ ପ୍ରତିଷ୍ଠା ହେବ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ, ଧର୍ମେନ୍ଦ୍ର ପ୍ରଧାନ

0
255
ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ । ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR:   ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ ।  ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ବହୁତ ଦୀର୍ଘ ଦିନରୁ ରହିଆସିଛି । ଭାରତର ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ଉତ୍ତମ ବନ୍ଧୁ । ଦୁଇ ଦେଶର ଭୂମିକା ବର୍ତ୍ତମାନ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନିଶ୍ଚିତ ଭାବେ ଖୁସିର ବିଷୟ । ଏହି ପଦକ୍ଷେପ ଦୁଇ ଦେଶର ସଫଳ ନେତୃତ୍ୱର ପ୍ରତିଫଳନ ।

 ଏହା ଦ୍ୱାରା ଦୁଇ ଦେଶରେ ଶିକ୍ଷା କ୍ଷେତ୍ରରେ ସମ୍ପର୍କ ଆହୁରି ନିବିଡ ହେବ । ଶିକ୍ଷା ଭିତ୍ତିଭୂମି ମଜଭୂତ ହେବା ସହ ପିଲାମାନଙ୍କ ମଧ୍ୟରେ ଇନୋଭେସନ କରିବା ପାଇଁ ଆଗ୍ରହ ଆସିବ ଏବଂ ନୂଆ ଆଇଡିଆ ଆସିବ । ବୈଶ୍ୱିକ ମଡେଲ ମଧ୍ୟ ତିଆରି ହେବ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଦିଲ୍ଲୀରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ସହ ଫ୍ୟୁଚର୍ ଚେଞ୍ଜମେକର୍ସ ସମର ବୁଟକ୍ୟାମ୍ପର ଉଦଘାଟନ କରିଥିଲେ । ଭାରତ ଏବଂ ୟୁଏଇର ରାଷ୍ଟ୍ରଦୂତ୍ତଙ୍କୁ ସାକ୍ଷାତ୍ କରିବା ସହୟୁଏଇର ଛାତ୍ରଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେ କହିଥିଲେ ବୁଟକ୍ୟାମ୍ପ ୟୁଏଇ ଏବଂ ଭାରତର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ ଶିକ୍ଷଣ ଅନଭୂତି ଦେବ । ସମାଜରୁ ସମାଜ ମଧ୍ୟରେ ଯୋଡିବ । ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଯାତ୍ରା ଏବେ ଆରମ୍ଭ ହେଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର  ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here