ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍, ଉଦ୍ୟୋଗୀ ତଥା ଲେଖକ ଶ୍ରୀ ବିକାଶ ଖାନ୍ନା ମୁଖ୍ୟମନ୍ତ୍ରୀ ଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି

0
247

By Our Correspondent

BHUBANESWAR: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ଶ୍ରୀ ବିକାଶ ଖାନ୍ନା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି ।

ବିକାଶ କ୍ଷେତ୍ରରେ ଓଡିଶା ଦ୍ରୁତ ଅଗ୍ରଗତି କରୁଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଓ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ତଥା ମାନବବାଦୀ ଚିନ୍ତାଧାରାର ଉଚ୍ଚପ୍ରଶଂସା କରିଥିଲେ ।

ସ୍ୱାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍‌ସ ସ୍କୋୟାର ଠାରେ ବିଶ୍ୱପ୍ରସିଦ୍ଧ ଏକତାର ପ୍ରତୀକ ‘କୋଣାର୍କ ଚକ୍ର’ର ଏକ ପ୍ରତିରୂପ ସ୍ଥାପନ କରି ସାଢ଼େ ଚାରି କୋଟି ଓଡ଼ିଆଙ୍କ ମନ ଜିତିଥିବାରୁ ଶ୍ରୀ ଖାନ୍ନାଙ୍କୁ ଓଡିଶାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି  ।

LEAVE A REPLY

Please enter your comment!
Please enter your name here