ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ  ୨୬ଜୁଲାଇ ବେଳକୁ  ଘନୀଭୂତ ହୋଇ ଚଳିତ ମୌସୁମୀ ଋତୁର ପ୍ରଥମ ଅବପାତର ରୂପ ନେବା ସମ୍ଭାବନା 

0
223
ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ ଆଜି ୨୪ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୭.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାଵିକ ବର୍ଷା ୪୬୬.୭ ମିମି ତୁଳନାରେ ୧୩ ପ୍ରତିଶତ କମ ରହିଛି ଯାହାକି ସ୍ୱଭାବିକ ପରିସର ଭୁକ୍ତ |ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିମି ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୭.୫ ମିମି ସହ ୩୫% ନିଅଣ୍ଟିଆ ରେକର୍ଡ ହୋଇଛି |

By Our Correspondent

BHUBANE SWAR:  ସୃଷ୍ଟି ହେବ ଅବପାତ. ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ  ୨୬ଜୁଲାଇ ବେଳକୁ  ଘନୀଭୂତ ହୋଇ ଚଳିତ ମୌସୁମୀ ଋତୁର ପ୍ରଥମ ଅବପାତର ରୂପ ନେବା ସମ୍ଭାବନା  .

ମୌସୁମୀ ନିମ୍ନଚାପ ରେଖା ଆଜି ଗୁଜୁରାଟ ର ଦେସା  ରୁ ବାହାରି  ଇନ୍ଦୋର, ଦାମୋହ, ପେନ୍ଦ୍ରାରୋଡ଼ ଏବଂ ଓଡ଼ିଶାର ଗୋପାଳପୁର ରୁ  ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି | ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି |

ମୌସୁମୀ ସ୍ୱାଭାବିକ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୬.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୯ ମିମି ତୁଳନାରେ ୧୯  ପ୍ରତିଶତ କମ ରହିଛି |

ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ ଆଜି ୨୪ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୭.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାଵିକ ବର୍ଷା ୪୬୬.୭ ମିମି ତୁଳନାରେ ୧୩ ପ୍ରତିଶତ କମ ରହିଛି ଯାହାକି ସ୍ୱଭାବିକ ପରିସର ଭୁକ୍ତ |ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିମି ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୭.୫ ମିମି ସହ ୩୫% ନିଅଣ୍ଟିଆ ରେକର୍ଡ ହୋଇଛି |

LEAVE A REPLY

Please enter your comment!
Please enter your name here