By Our Correspondent
BHUBANESWAR: ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବାର୍ଷିକ ଉତ୍ସବ ‘ଇମ୍ପଲସ୍-୨୦୨୨’ ରେ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା ।
ପ୍ରଥମ ଦିବସରେ ଆନୁଷ୍ଠାନିକ ଭାବେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମଂଚସ୍ଥ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଦକ୍ଷତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ସେହିପରି ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭିନୀତ ନାଟକ “ଦୁର୍ଦ୍ଦଶା’ ସମସ୍ତଙ୍କୁ ମନମୁଗ୍ଦ କରିଥିବାବେଳେ ଏହାପରେ କୃତି କଳାକାରମାନଙ୍କୁ ମାନପତ୍ର ଏବଂ ପୁରସ୍କୃତ ମଧ୍ୟ କରାଯାଇଥିଲା ।
ଶେଷ ଦିବସରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ମନୋରଂଜନ କାର୍ଯ୍ୟ ପରିବେଷଣ କରିବା ସହିତ ମ୍ୟୁଜିକ୍ ବ୍ୟାଣ୍ଡ ତଥା “ସାଜ” ଦ୍ୱାରା ଡିଜେ ନାଇଟ୍ ପରିବେଷଣ କରାଯାଇଥିଲା ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















