ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା- ବୌଦ୍ଧ ଚନ୍ଦ୍ରଚୁଡ ମନ୍ଦିରରେ ବୈଜୟନ୍ତ ପଣ୍ଡାଙ୍କ ସଫେଇ କାର୍ଯ୍ୟକ୍ରମ

0
180
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ବୌଦ୍ଧରେ ପହଞ୍ଚି ସେଠାରେ ଥିବା ବାବା ଚନ୍ଦ୍ରଚୁଡ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି।

By Our Correspondent

BOUDH/BHUBANESWAR:  ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ବୌଦ୍ଧରେ ପହଞ୍ଚି ସେଠାରେ ଥିବା ବାବା ଚନ୍ଦ୍ରଚୁଡ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି।

ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ ୫୦୦ ବର୍ଷ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ସାରାଦେଶରେ ଜନସାଧାରଣ ଶ୍ରୀରାମଙ୍କୁ ସ୍ବାଗତ କରିବା ପାଇଁ ଉତ୍ସାହିତ ଅଛନ୍ତି।

ଏହା ଆମ ପାଇଁ ର୍ଗବ ଓ ଗୌରବର ଅବସର। ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ବଚ୍ଛ ରଖିବା ପାଇଁ ଶ୍ରମଦାନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ବାବା ଚନ୍ଦ୍ରଚୁଡ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ମୋର ସୌଭାଗ୍ୟ। ସେହିପରି ଜାନୁୟାରୀ ୨୨ ତାରିଖ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା ପାଇଁ ଶ୍ରୀ ପଣ୍ଡା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଶ୍ରୀ ପଣ୍ଡାଙ୍କ ସହିତ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହନ୍ତି, ଜିଲ୍ଲା ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପୂର୍ବତନ ବିରୋଧୀଦଳ ନେତା ସଚିଦାନନ୍ଦ ଦଲାଲ ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here