ଅପମିଶ୍ରିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ-ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

0
690
ନିଜର ଆତ୍ମ ପ୍ରଚାର ପାଇଁ ଭକ୍ତମାନଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର। କାହା ନିର୍ଦ୍ଦେଶରେ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ? ମହାପ୍ରଭୁଙ୍କୁ ଭିକାରୀ ସଜେଇ କାହିଁକି ଡାଲା ଅଟୋରେ ସାରା ଓଡିଶା ବୁଲାଇଲେ ରାଜ୍ୟ ସରକାର । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନାଁରେ ଗାଁ ଗାଁରୁ ସଂଗ୍ରହ କରାଗଲା ଚାଉଳ, ଗୁଆ ଓ ଟଙ୍କା । ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇ ଶ୍ରୀମନ୍ଦିର ସଂସ୍କୃତି ତଥା ପରମ୍ପରାକୁ ଅପବିତ୍ର କରାଯାଇଛି ।

By Our Correspondent

BHUBANESWAR:  ମହାପ୍ରଭୁ ଶ୍ରଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ସମାଜର ଆରାଧ୍ୟ ଏବଂ କୋଟି ଓଡ଼ିଆଙ୍କ ଅସ୍ଥା,ବିଶ୍ୱାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ତଥା ଏ ଜାତିର ପରିଚୟ। ସେ ଭକ୍ତର ଭଗବାନ ଓ ଭାବର ଠାକୁର, କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନର କ୍ଷମତାସିନ ସରକାରରେ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ତଥା ଅଣପାରମ୍ପରିକ ଭାବରେ ବିଭିନ୍ନ ନୀତି କାନ୍ତି ଠାରୁ ନେଇ ଦର୍ଶନ ପର୍ଯ୍ୟନ୍ତ ଅବ୍ୟବସ୍ଥା କରାଯାଉଅଛି ତାହା ବ୍ୟଥା ଏବଂ ବେଦନାର ବିଷୟ ଅଟେ ।

ଯେପରି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ସଂଲଗ୍ନ ମଠ ଗୁଡ଼ିକୁ ଧୂଳିସାତ ତଥା ସୌନ୍ଦର୍ଯ୍ୟ କରଣ ନାମରେ, ଉତ୍କଳର ପୁରାତନ ଐତିହ୍ୟ କୀର୍ତ୍ତିରାଜକୁ ଭୁଲୁଷ୍ଟିତ କରାଗଲା ତାହା ସମସ୍ତଙ୍କୁ ଜଣା। ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଯାଇ ତିନି ଦ୍ଵାର ବନ୍ଦ୍ କରି ଘଣ୍ଟା ଘଣ୍ଟା ସମୟ ଧାଡ଼ିରେ ଠିଆ ହୋଇ ଆଗନ୍ତୁକ ଭକ୍ତ ମାନଙ୍କର ଦୁର୍ଦ୍ଦଶା ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ପାଇଛି । ଦର୍ଶନ ବ୍ୟବସ୍ଥା ବର୍ତ୍ତମାନ ଚରମ ବିଶୃଙ୍ଖଳାରେ ପରିଣତ ହୋଇଛି।

ନିଜର ଆତ୍ମ ପ୍ରଚାର ପାଇଁ ଭକ୍ତମାନଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର। କାହା ନିର୍ଦ୍ଦେଶରେ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ? ମହାପ୍ରଭୁଙ୍କୁ ଭିକାରୀ ସଜେଇ କାହିଁକି ଡାଲା ଅଟୋରେ ସାରା ଓଡିଶା ବୁଲାଇଲେ ରାଜ୍ୟ ସରକାର । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନାଁରେ ଗାଁ ଗାଁରୁ ସଂଗ୍ରହ କରାଗଲା ଚାଉଳ, ଗୁଆ ଓ ଟଙ୍କା । ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇ ଶ୍ରୀମନ୍ଦିର ସଂସ୍କୃତି ତଥା ପରମ୍ପରାକୁ ଅପବିତ୍ର କରାଯାଇଛି ।

ଶ୍ରୀମନ୍ଦିର ଭିତରକୁ ଉଷୁନା ଚାଉଳ ଯିବା ମନା। ଅର୍ପଣ ରଥରେ ସଂଗୃହୀତ ହଜାର ହଜାର କୁଇଣ୍ଟାଲ ଚାଉଳକୁ ରୋଷଶାଳାରେ  ଖେଚୁଡି ଓ କାନିକା ପ୍ରସାଦ ପ୍ରସ୍ତୁତ ହେବ ବୋଲି କିଏ ନିଷ୍ପତ୍ତି ନେଲେ ? ତେବେ ଚାଉଳର ମାନ ପରୀକ୍ଷା ପାଇଁ ଗଠିତ କମିଟିର ସଦସ୍ୟ ଏହି ଚାଉଳରୁ ଉଷୁନା ଚାଉଳ ବାହାର କରିବା ପରେ ଶହ ଶହ ବର୍ଷର ପରମ୍ପରା ନଷ୍ଟ ହେଲା । ବାର ମିଶା ଚାଉଳ ଶ୍ରୀମନ୍ଦିରକୁ ଗଲା କେମିତି ?

 ଉପରୋକ୍ତ ବିଷୟ ପ୍ରତି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଗଭୀର ଚିନ୍ତା ପ୍ରକଟ କରିବା ସହିତ ନିମ୍ନୋକ୍ତ ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରୁଅଛି।

୧) ଅପମିଶ୍ରିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

୨) ଖୁବଶୀଘ୍ର ଚାରିଦ୍ବାର ଖୋଲାଯାଇ ଦର୍ଶନ ବ୍ଯବସ୍ଥାକୁ ସହଜ ଓ ଶୃଙ୍ଖଳିତ କରାଯାଉ ।

୩) ପୂଜ୍ଯ ଶଙ୍କରାଚାର୍ଯ୍ଯ ଏବଂ ଅନ୍ଯ ଅଧିକୃତ ଧର୍ମାଚାର୍ଯ୍ଯ ମାନଙ୍କ ପରାମର୍ଶ କ୍ରମେ ନୀତିକାନ୍ତିର ପରିଚାଳନା କରାଯାଉ ।

୪) ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଉଭୟ ରତ୍ନ ଓ ଭଣ୍ଡାରର ସ୍ଥିତି ସାର୍ବଜନୀନ କରାଯାଉ ।

ଅନ୍ୟଥା ଏହି ବିଷୟକୁ ନେଇ ଆଗାମୀ ଦିନରେ ସାରା ଓଡ଼ିଶାରେ ବ୍ଯାପକ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ଯକ୍ଷ ଶ୍ରୀ ସୁଦର୍ଶନ ନାୟକ ଓ ଶ୍ରୀ ମହେଶ ସାହୁ ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here