ଅନୁଗୋଳ ବ୍ରାହ୍ମଣବିଲ ଗାଁରୁ ମା’ ଡାକେଶ୍ୱରୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
86
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ 'ମା' ଡାକେଶ୍ୱରୀ ଦେବୀଙ୍କର ଆଶୀର୍ବାଦ ନେଇ ବହୁ ସାଧୁ ସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

By Our Correspondent

ANGUL/BHUBANESWAR:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ ‘ମା’ ଡାକେଶ୍ୱରୀ ଦେବୀଙ୍କର ଆଶୀର୍ବାଦ ନେଇ ବହୁ ସାଧୁ ସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ ‘ମା’ ଡାକେଶ୍ୱରୀ ଦେବୀଙ୍କ ଶୀତଳା ତଥା ‘ଏକୋଇଶିଆ ଉତ୍ସବ’ରେ ସାମିଲ ହୋଇ ଆନନ୍ଦିତ । ମା’ ଡାକେଶ୍ୱରୀଙ୍କ ଡାକରା କ୍ରମେ ତାଙ୍କର ଦର୍ଶନ ଲାଭ କରିବା ପରମ ସୌଭାଗ୍ୟର ବିଷୟ । ଦଳ ତରଫରୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବେ ମୋତେ ଦାୟିତ୍ୱ ଦିଆଯାଇଛି । ମା’ ଡାକେଶ୍ୱରୀଙ୍କ ଶୁଭ ଆଶୀର୍ବାଦ ନେଇ ଆଜି ଠାରୁ ମୋଦୀ ପ୍ରଚାର ଅଭିଯାନ ଆରମ୍ଭ କଲି । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଏହି ପବିତ୍ର ଭୂମିରୁ ମୋର ନିର୍ବାଚନ ପ୍ରଚାର ଆରମ୍ଭ କରାଗଲା ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ କଲ୍ୟାଣ, ଆତ୍ମନିର୍ଭର ଭାରତ, ଭବିଷ୍ୟତରେ ଭାରତକୁ ନୂଆ ଶିଖରକୁ ନେବା ହେଉଛି ନିର୍ବାଚନର ମୂଳ ପ୍ରସଙ୍ଗ । ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର ସ୍ଥାନ ନିରୁପଣ କରିସାରିଛି । ଗୌରବଶାଳୀ ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି । ବିରୋଧୀ ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେଉଥିବା ବେଳେ ମୋଦିଜୀ ସେମାନଙ୍କୁ ହଟାଇବାରେ ଲାଗିଛନ୍ତି । ଦୁର୍ନୀତିକାରୀଙ୍କୁ ସୁରକ୍ଷା ଦେବା ବିରୋଧୀଙ୍କ ପ୍ରସଙ୍ଗ ହୋଇଥିବା ବେଳେ ଭ୍ରଷ୍ଟାଚାରୀଙ୍କୁ ବିତାଡିତ କରିବା ମୋଦିଜୀଙ୍କ ନାରା ହୋଇଛି । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ବାଚନ ମୂଳ ବିଷୟ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ  ୨୫ ବର୍ଷ ଧରି ସ୍ଥାନୀୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ।  ଗାଁ ଗାଁରେ ସ୍ୱଚ୍ଛ ପିଇବା ପାଣି ନାହିଁ । ସମ୍ବଲପୁର ଜିଲ୍ଲାର ହାରାକୁଦ ଭଳି ଅଞ୍ଚଳରେ ଡାଇରିଆ ବ୍ୟାପି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକମାନେ ଆକ୍ରାନ୍ତ ହୋଇ ମେଡିକାଲ ଚିକିତ୍ସାଧୀନ ଅଛନ୍ତି ।  ଦୀର୍ଘ ୨୫ ବର୍ଷ ସରକାରରେ ନାଗରିକଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିନାହିଁ । ଯୁବବର୍ଗଙ୍କୁ ରୋଜଗାର ମିଳିନାହିଁ । ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ମହିଳା ଅତ୍ୟାଚାରରେ ଓଡ଼ିଶା ଜାତୀୟ ସ୍ତରରେ ବଦନାମ ହେଉଛି । ଓଡ଼ିଶାରୁ ଏଥିରୁ ମୁକ୍ତି ଦେବା ପାଇଁ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here