ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର

0
387

By Biswanath Dash

BHUBANESWAR: ପ୍ରତ୍ୟେକ ମଣିଷର ଇଚ୍ଛାଥାଏ ଯେ, ମୃତ୍ୟୁପରେ ତାଙ୍କ ଶବକୁ ସମ୍ମାନର ସହ ସତ୍କାର କରାଯିବ ବୋଲି । ହେଲେ ଯଦି ସେହି ମଣିଷର ମୃତ୍ୟୁ ପରେ ତାଙ୍କ ଶବକୁ ଶେଷ ସମ୍ମାନ ଦେବାପାଇଁ ପାଖରେ ତାଙ୍କ ପ୍ରିୟଜନ ଉପସ୍ଥିତ ନଥାନ୍ତି ତେବେ ଏହି ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନରେ ଓଡ଼ିଶା-ମୋ ପରିବାରର କରିଥାଏ ସହାୟ । ତେବେ ଆଜି ଏକ ଅଚିହ୍ନା ଶବକୁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରୁ ଆଣି ସତ୍ୟନଗର ଶ୍ମଶାନରେ ଶବ ସତ୍କାରରେ ସହାୟକ ହୋଇଛି ଓଡ଼ିଶା-ମୋ ପରିବାର ।

ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଲେଭେଲ କ୍ରସିଂ ନିକଟରେ ପଡ଼ି ରହିଥିଲା ପାଖାପାଖି ୩୫ ବର୍ଷିୟା ମହିଳାଙ୍କ ମୃତ ଦେହ । ଏହା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସି ପୋଲିସର ସହାୟତାରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ମର୍ଟମ କରିବାକୁ ନେଇଥିଲା ।

ତେବେ ପରେ ଏହି ଶବକୁ କୌଣସି ଦାବିଦାର ନଆସିବାରୁ ଶବ ସତ୍କାର କରିବା ପାଇଁ ପୋଲିସ ଓଡ଼ିଶା-ମୋ ପରିବାର ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ସାମନ୍ତରାୟ ଏହି ବିଷୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କୁ ଅବଗତ କରାଇଥିଲେ । ପରେ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here