ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସ

0
213
ତ୍ୟାଗୀ ବିଦ୍ୟାଧର ଦାସ
ତ୍ୟାଗୀ ବିଦ୍ୟାଧର ଦାସ

By Our Correspondent
DHENKANAL/ANGUL: ସାଧୁ ମାନଙ୍କର ଆତ୍ମାର ବିଲୀନ ହୁଏ ନାହିଁ । ବିଦ୍ୟାଧର ବାବାଙ୍କ ଭଳି ପୂଜ୍ୟ ସାଧୁ ସନ୍ଥମାନେ ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ପୁନର୍ବାର ଜନ୍ମ ନିଅନ୍ତି ବୋଲି ବିଶ୍ୱାସ ରହିଛି । ଶନିବାର ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ପୂଜ୍ୟସ୍ପଦ ତ୍ୟାଗୀ ବିଦ୍ୟାଧର ଦାସ (ମଲ୍ଲିକ ବାବା)ଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଦ୍ୟାଧର ବାବାଙ୍କ ପବିତ୍ର ସମାଧି ସ୍ଥଳରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମ ଆମ ସମସ୍ତଙ୍କର ଶ୍ରଦ୍ଧାର କେନ୍ଦ୍ର । ବାବା ବିଦ୍ୟାଧର ଦାସ ଏହି ଆଶ୍ରମର ବରିଷ୍ଠ ସାଧୁ ଓ ସନ୍ନ୍ୟାସୀ ଥିଲେ । “ମନୁଷ୍ୟ ଜୀବନରେ ସୁସ୍ଥ ରହିବା ଆବଶ୍ୟକ” –
ବାବା ବିଦ୍ୟାଧର ଦାସଙ୍କ ଏଭଳି ମାର୍ମିକ ବାର୍ତ୍ତା ଥିଲା ଅନନ୍ୟ । ସେ ଲମ୍ବା ସମୟ ଧରି ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ଜଣେ ଅଭିଭାବକ ଭାବେ ଦାୟିତ୍ୱ ନେବା ସହ ସମସ୍ତଙ୍କୁ ଉତ୍ତମ ପରାମର୍ଶ ଦେଇ ଆସୁଥିଲେ ।

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ” – ସନ୍ଥ କବି ଭୀମ ଭୋଇ ଓ ତ୍ୟାଗୀ ବିଦ୍ୟାଧର ବାବାଙ୍କ ଭଳି ନିରବ ସାଧକ ମାନଙ୍କ ଠାରୁ ଆରମ୍ଭ କରି ମହିମା ସମାଜର ଅନେକ ପୂଜ୍ୟ ସାଧୁ ସନ୍ଥ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଅମୂଲ୍ୟ ବାଣୀକୁ ସମାଜର ବିଭିନ୍ନ ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇ ଆସୁଛନ୍ତି । ଅଙ୍ଗାରବନ୍ଧ ମହିମାଧାମରେ ଶୂନ୍ୟ ବ୍ରହ୍ମଙ୍କର ସେବା କରିବା ସମୟରେ ବାବାଙ୍କ ବ୍ରହ୍ମଲୀନ ହୋଇଛି । ସମାଜ ସଂସ୍କାର ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ ।

ମହିମା ଗୋସାଇଁଙ୍କ ବାର୍ତ୍ତା ଯୋଗୁଁ ବିଶ୍ୱର ଅନେକ କଲ୍ୟାଣ ହୋଇଛି । ଆମ ରାଜ୍ୟ ଓଡ଼ିଆ ଜନଜୀବନରୁ ବାହାରି ଥିବା ମତ, ଧର୍ମ ଓ ବିଚାର ସମସ୍ତଙ୍କୁ ବିଶେଷତଃ ସମାଜର ବଞ୍ଚିତ ବର୍ଗଙ୍କୁ ମୂଳ ସମାଜ ସହ ଯୋଡି ରଖିବାରେ ବହୁତ ବଡ ଦାୟିତ୍ୱ ନେଇଛି । ଆଜିର ସମୟରେ ମହିମା ଗୋସାଇଁଙ୍କ ବିଚାର ପ୍ରତି ଲୋକଙ୍କର ଯେତେ ଶ୍ରଦ୍ଧା ଅଛି ସେତେ ମାତ୍ରାରେ ତାହାର ବ୍ୟାପକ ହୋଇପାରିନାହିଁ । ଆଧୁନିକ ସମୟରେ ଏହି ଦୁଃର୍ମୂଲ୍ୟ ବିଚାରକୁ ଆଧୁନିକ ପିଢି ପାଖରେ ପହଞ୍ଚାଇବା ପାଇଁ ଆହୁରି ଗବେଷେଣା ଓ ସାହିତ୍ୟର ଆବଶ୍ୟକତା ରହିଛି । ଏହି ଆସ୍ଥା, ଧର୍ମ, ପରମ୍ପରା ବିଚାର ଆହୁରି ବ୍ୟାପକ କଲେ ହିଁ
ସମାଜରେ ସୌହାର୍ଦ୍ଦ୍ୟ ଭାବନା ବଢିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here