
By Our Correspondent
BHUBANESWAR: ଆଜି ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇକୁ ସମସ୍ତ ଚାଷୀ ପାଳନ କରୁଛନ୍ତି । ଏହିଦିନରେ ବି ଶାସକ ଦଳର ମୁଖିଆ ନବୀନ ବାବୁ ଚାଷୀକୁ ପ୍ରତାରଣା, ଧୋକା ଓ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଘୋଷଣା କରିଥିଲେ “କାଳିଆ” ଯୋଜନାରେ ୭୫ଲକ୍ଷ ଚାଷୀରୁ ୫୦ଲକ୍ଷ ଛୋଟ ଚାଷୀ, କ୍ଷୁଦ୍ର ଓ ନାମଚାଷୀ ଓ ୨୫ଲକ୍ଷ ଭୂମିହୀନ ଚାଷୀଙ୍କୁ ଓଡ଼ିଶା ସରକାର ୧୦ହଜାର ଟଙ୍କା ଆର୍ଥୀକ ସହାୟତା ଯୋଗାଇଦେବେ । ଯେଉଁମାନେ ଏହି କାଳିଆ ଯୋଜନାରେ ଟଙ୍କା ପାଇବେ ସେହି ଚାଷୀମାନଙ୍କ ପୁଅ, ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତି ଦେବେ ।, ପୂର୍ବତନ ବିଧାୟକ ତଥା ପୂର୍ବତନ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ Pradip Panigrahy.
ପ୍ରଥମତଃ ୭୫ ଲକ୍ଷ ଚାଷୀ ତାଲିକା ପ୍ରକାଶ କଲେ ନାହିଁ ରାଜ୍ୟ ସରକାର କି କେନ୍ଦ୍ରକୁ ପଠାଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ତାଲିକାଭୁକ୍ତ କରାଇଲେ ନାହିଁ । ଦ୍ୱତୀୟତଃ ୧୦ ହଜାର ଟଙ୍କା କହି ୫ ହଜାର ଟଙ୍କା ଦେଲେ । ତାହା ପୁଣି ମଝିରେ ବନ୍ଦ କରିଦେଲେ । ନିର୍ବାଚନ ଆସନ୍ନ ପୂର୍ବରୁ ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆଜି ପୁଣି ବିଜ୍ଞାପନ ଜରିଆରେ ୪୪ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥୀକ ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି । ତାହେଲେ ପୁର୍ବ ଘୋଷିତ ୭୫ ଲକ୍ଷ ଚାଷୀଙ୍କ ଭିତରୁ ୩୧ ଲକ୍ଷ ଚାଷୀ କୁଆଡେ ଗଲେ ବୋଲି ପ୍ରଶ୍ନ କରିବା ସହିତ ଆଜି ଭଳି ପବିତ୍ର ନୂଆଖାଇ ପର୍ବ ଅବସରରେ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ପୁଣି ଥରେ ଧୋକା ଦେବାକୁ ପଛାଇ ନାହାନ୍ତି । ନୂଆଁଖାଇରେ ନବୀନ ବାବୁଙ୍କ ଚାଷୀଙ୍କ ପ୍ରତି ଧୋକାକୁ ଓଡ଼ିଶାବାସୀ ଆଦୌ ବରଦାସ୍ତ କରିବେ ନାହିଁ ।
ନବୀନ ବାବୁ ୨୪ବର୍ଷ ଶାସନରେ ଚାଷୀକୁଳ ପ୍ରତାରିତ ହୋଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଭାଷଣରେ ଚାଷୀଙ୍କ ପ୍ରତି ଦରଦ ଦେଖାଉଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ସୋହେଲା ସମାବେଶରେ ଘୋଷଣା କଲେ ଗୋଟିଏ କ୍ୱିଂଟାଲରେ ଚାଷୀଙ୍କୁ ୧୦୦ଟଙ୍କାର ବୋନସ ଦେବେ ବୋଲି କିନ୍ତୁ ଆଜିଯାଏଁ ଟଙ୍କାଟିଏ ବି ଦେଲେ ନାହିଁ । ପଦ୍ମପୁର ଉପନିର୍ବାଚନ ବେଳେ ନବୀନ ବାବୁ ଘୋଷଣା କରିଥିଲେ ୨ଶହ କୋଟି ଟଙ୍କା ଇନପୁଟ ସବ୍ସିଡି ଦେବେ ବୋଲି କିନ୍ତୁ ଏଯାଏଁ କେତେ ଦେଲେ ତାହାର ଉତର ଦେବେ କି? ଓଡ଼ିଶାର ଚାଷୀ ୬୦ କିମ୍ବା ୭୦ଲକ୍ଷ କ୍ୱିଂଟାଲ ଧାନ ମଣ୍ଡିରେ ଦେଉଥିବା ବେଳେ ଛତିଶଗଡ ସରକାର ଚାଷୀଙ୍କ ପାଖରୁ ୭୦ରୁ ୮୦ଲକ୍ଷ ମେଟ୍ରିକ ଟନ୍ ଧାନ କିଣୁଛି ଏବଂ ସର୍ବନିମ୍ନ ଟଙ୍କା ଟିଏ ବି କଟୁନାହିଁ । ଓଡ଼ିଶାର ଚାଷୀଙ୍କ ମଣ୍ଡିରେ ଧାନ ବିକ୍ରି କଲେ ୨ଲକ୍ଷ ଟୋକନ ଲାପ୍ସ୍ ହେଉଛି ଓ ୫ରୁ ୬କିଗ୍ରା କଟନୀ ଛଟନୀରେ ଶିକାର ହେଉଛନ୍ତି । ୫୦୦ରୁ ୬୦୦କୋଟି ଟଙ୍କା ମିଲର୍ସଙ୍କ ଦ୍ୱାରା ସରକାର ଲୁଟ୍ କରୁଛନ୍ତି । ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦରଦ ନାହିଁ ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୧.୮୪ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରିବେ ବୋଲି କିନ୍ତୁ କେତେ କଲେ ତାହାର ଉତର ଦେବେ କି? ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ସେଥିରେ ବି ବିଫଳ । ଶୀତଳ ଭଣ୍ଡାର ନାହିଁ କି ଷ୍ଟୋରେଜ ବ୍ୟବସ୍ଥା ନାହିଁ । ନବୀନ ବାବୁଙ୍କ ସରକାରରେ ଓଡ଼ିଶାର ଚାଷୀ ପ୍ରତାରିତ ହୋଇଛନ୍ତି । ଚାଷୀଙ୍କ ଦିନକୁ ଦିନ ତଳିତଳାନ୍ତ ହେବା ସହ ଆର୍ôଥକ ଆୟ ଦିନକୁ ଦିନ କମି କମି ଯାଉଛି । ଦେଶର ଚାଷରେ ଓଡ଼ିଶା ଏବେ ତଳଆଡୁ ଦୁଇ ନମ୍ବରରେ ରହିଛି । ରାଜ୍ୟ ସରକାରଙ୍କ ଶୋଷଣରେ ଚାଷୀ ଆଜି ତଳିତଳାନ୍ତ । -ପୂର୍ବତନ ବିଧାୟକ ତଥା ପୂର୍ବତନ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ Pradip Panigrahy.





![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-100x70.png)









