By Our Correspondent
BHUBANESWAR: ପୂର୍ବୋଦୟ” ଯୋଜନାରେ ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ରେଳ ବଜେଟରେ ୧୦,୫୮୬ କୋଟି ଟଙ୍କା ଅନୁଦାନ ଦେବାର ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାକୁ ନିରନ୍ତର ରେକର୍ଡସଂଖ୍ୟକ ରେଳ ବଜେଟ୍ ଅନୁଦାନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ମୋଦୀ ସରକାରଙ୍କ ତୃତୀୟ ପାଳିରେ ମଧ୍ୟ ଓଡ଼ିଶାକୁ ଅଗ୍ରାଧିକାର ଦିଆଯାଇଛି । କଂଗ୍ରେସ ସରକାର ତୁଳନାରେ ଓଡ଼ିଶାର ରେଳ ବଜେଟରେ ହାରାହାରି ପ୍ରାୟ ୧୨ ଗୁଣା ବୃଦ୍ଧି ମୋଦୀ ସରକାରଙ୍କ ଓଡ଼ିଶା ପ୍ରତି ଥିବା ଅଙ୍ଗିକାରବଦ୍ଧତାକୁ ପ୍ରତିଫଳିତ କରୁଛି ।
ମୋଦୀ ସରକାରରେ ଓଡ଼ିଶାରେ ରେଳ ଲାଇନ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଥିବା ବେଳେ ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ସମେତ ରାଜ୍ୟର ୫୯ଟି ରେଳ ଷ୍ଟେସନକୁ ‘ଅମୃତ ଷ୍ଟେସନ’ ଭାବରେ ବିକଶିତ କରାଯାଉଛି । ୫୪ ହଜାର ୪୩୪ କୋଟି ଟଙ୍କା ବ୍ୟୟରେ ୪୦ଟି ପ୍ରକଳ୍ପର କାମ ଚାଲୁ ରହିଛି । ଏହି ରେକର୍ଡସଂଖ୍ୟକ ରେଳ ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ସହଜ କରିବ । ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବା ସହ ଓଡ଼ିଶାର ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।













![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)











