
By Our Correspondent
BHUBANESWAR: ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି। ‘ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାରେ ଅଭିଯାନ ଆରମ୍ଭ ହୋଇଛି।
ସାଇବର ରଥକୁ ଆଜି ସମସ୍ତ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଅଭିଯାନରେ ଜିଲ୍ଳାର ଜିଲ୍ଲାପାଳ, ଏସପିଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସାଇବର ସୁରକ୍ଷା ପାଇଁ ସାଇବର ମାସ୍କଟ ସାଇରା ସବୁ ଜିଲ୍ଲା ରେ ବୁଲି ସାଇବର ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଛି। ଲୋକ ମାନଙ୍କୁ ସଚେତନ କରିବା ପାଇଁ ଗୋଟିଏ ସାଇବର ଥିମ ଗୀତ ତିଆରି ହୋଇଛି ଯାହା ଲୋକ ମାନକୁ ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଛି। ଅନେକ ସଚେତନତା କ୍ଷୁଦ୍ର ଚଳଚ୍ଚିତ୍ର ତିଆରି ହୋଇ ସାଇବର ରଥରେ ପ୍ରଦର୍ଶିତ ହେଉଛି। ଅନେକ ଜିଲ୍ଲାରେ ପଥପ୍ରାନ୍ତ ନାଟକ ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରା ଯାଉଛି।
ଏହି ସାଇବର ସୁରକ୍ଷା ଅଭିଯାନର ମୂଳ ଲକ୍ଷ ଏକ ସାଇବର ସୁରକ୍ଷିତ ସୁସ୍ଥ ସମାଜ ଗଠନ କରିବା ଏବଂ ଲୋକ ମାନଙ୍କୁ ସାଇବର ଠକେଇ ରୁ ବଞ୍ଚାଇବା। ଯଦି କେହି ସାଇବର ଅପରାଧ ଶିକାର ହେଉଛନ୍ତି ତେବେ ଅତି ଶୀଘ୍ର 1930 ରେ ଫୋନ କରନ୍ତୁ ଏବଂ ସାଇବର ଠକେଇ ରୁ ବଞ୍ଚିବା ପାଇଁ ବାର୍ତ୍ତା ପ୍ରେରଣ କରାଯାଇଛି।






![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















