ରଥଖଳାରେ ରଥନିର୍ମାଣକାର୍ଯ୍ୟ ଦ୍ୱାଦଶ ଦିବସ:  ଗୁଜ ଚଉପଟ ଶେଷ, ଜଳଯନ୍ତ୍ର ନିର୍ମାଣ ଶେଷ

0
737

By Our Correspondent

PURI/BHUBANESWAR:  ଆଜି ରଥ ନିର୍ମାଣର ଦ୍ୱାଦଶ ଦିବସରେ ତିନିରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟାରେ ରଥଖଳା ଠାରେ ଉପସ୍ଥିତ ହୋଇ ନିଜନିଜର ଉପସ୍ଥାନ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

(ଗତ କାଲି ପବିତ୍ର ନୃସିଂହ ଚତୁର୍ଦଶୀ  ତିଥିରେ ବିଧି ମତେ ଗୁଜ କାଠ, ଅର ତଥା ତୂମ୍ବରେ ଅର ସଂଯୋଗ ଏବଂଚଉପଟ ହୋଇଥିବା ଗୁଜରେ ରୂପକାର ସେବକଙ୍କ ଦ୍ୱାରା ନୃସିଂହ ରୂପ ଖୋଦେଇ ଅନୁକୂଳ ପର୍ବ ଶେଷ ହୋଇଥିଲା).

 ଆଜି ରଥ ନିର୍ମାଣର ଦ୍ୱାଦଶ ଦିବସ ରେ ରଥଖଳା ଯନ୍ତାଗାଡ଼ ଠାରେ ତୂମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପୂଜା ଭୋଇ ସର୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ତଥା ତିନିରଥ ଭୋଇ ସେବକଙ୍କ ସହଯୋଗରେ ସମ୍ପନ୍ନ ହୋଇଅଛି, ଏଥିସହ ତିନିରଥର ତିନି ଗୋଟି ଲେଖାଁଏ ତୂମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ତିନିରଥ ଭୋଇ ସେବକ ମାନେ ସମ୍ପନ୍ନ କରିଛନ୍ତି ।

ଗୁଜ ଚଉପଟ ଶେଷ

ଏଥିସହ ଆଜି ତିନିରଥର ମହାରଣା ମାନେ ତିନିରଥ ପାଇଁ ଆବଶ୍ୟକ ଗୁଜ ଚଉପଟ କାର୍ଯ୍ୟ ଶେଷ କରିଛନ୍ତି, (ତାଳଧ୍ୱଜ ରଥର ୧୬ ଗୋଟି, ଦେବଦଳନ ରଥର ୧୨ ଗୋଟି ଏବଂ ନନ୍ଦିଘୋଷ ରଥର ୧୬)

ଜଳଯନ୍ତ୍ର ନିର୍ମାଣ ଶେଷ

  ତିନିରଥର ପର୍ଶ୍ଵଦେବତାଙ୍କ ପାଇଁ ୯/୯ ଗୋଟି ଆସ୍ଥାନ ପ୍ରେମ ବା ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଅଛି।ଯନ୍ତା ପଟା ନିର୍ମାଣ ଶେଷ. ଏଥି ସହ ଆଜି ତିନିରଥର ମହାରଣା ମାନେ ତିନିରଥର ଦୁଇଟି ଲେଖାଁଏ ଯନ୍ତା ପଟାରେ ତିନିଟି ଲେଖାଁଏ ବିନ୍ଧ କାର୍ଯ୍ୟ ସହ ୪/୪ ଗୋଟି କିଳା ନିର୍ମାଣ ଶେଷ କରିଛନ୍ତି (ଏହି ଯନ୍ତା ପଟା ସାହାର୍ଯ୍ୟରେ ଚକ ନିର୍ମାଣ ପାଇଁ ଅରରେ ପଇ ପିନ୍ଧା କାର୍ଯ୍ୟ ହୋଇଥାଏ).

ଅର ମୁଖ ସାଲ କାର୍ଯ୍ୟ

ଏଥିସହ ତିନିରଥର ମହାରଣା ମାନେ ୫/୫ ଟି ଚକ ପାଇଁ ଆବଶ୍ୟାକ ଅର ଗୁଡିକର ମୁଖ ସାଲ କାର୍ଯ୍ୟ ଶେଷ କରିଛନ୍ତି ।

 ରୂପ ଖୋଦେଇ କାର୍ଯ୍ୟ

  ତିନିରଥର ରୂପକାର ସେବକ ମାନେ ତାଳଧ୍ୱଜ ରଥର ୨ ଗୁଜ, ନନ୍ଦିଘୋଷ ରଥର ୨ ଗୋଟି ଗୁଜ ଏବଂ ଦେବଦଳନ ରଥର ୩ ଗୋଟି ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି।

  କମାର ଶାଳ

 ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ତିନିରଥର ୪୨ ତୁମ୍ବ ପାଇଁ ଆବଶ୍ୟକୀୟ ବଳା ତଥା ପନ୍ଦାରି ନିର୍ମାଣ ଜାରୀ ରଖିଛନ୍ତି।

ନିର୍ମାଣକାରୀଙ୍କ ଉପସ୍ଥାନ–

ତିନିରଥର ମୋଟ ମହାରଣା-୭୫.

ତିନିରଥର ଭୋଇ ସେବକ   -୫୯.

ତିନିରଥର କରତି ସେବକ   –  ୪.

ତିନିରଥର କମାର ସେବକ  -୧୨.

ପାହି ମହାରଣା                 –  ୧.

ତୁମ୍ବ ବିନ୍ଧ କାରୀଗର          –   ୧.

ତିନିରଥର ରୂପକାର ସେବକ- ୧୬.

ରଥଖଳା ସହାୟକ(ପାଣିବାଲା)୧.

                           ମୋଟ–୧୬୯.

LEAVE A REPLY

Please enter your comment!
Please enter your name here