By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣର ୨୫ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟ ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ ।
ଗତକାଲି ସୁଦ୍ଧା ତିନି ରଥର ୩୬ ଗୋଟି ଚକ ନିର୍ମାଣ ଶେଷ ହେବାସହ ୧୪ ନାହାକା ଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଥିଲା. ଆଜିସୁଦ୍ଧା ତିନିରଥ ର ୩୯ ଗୋଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହେବାସହ, ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂଜା ସହ ଭୂଇଁ ଚଉତା ର ପାଖୁଡ଼ା ବିନ୍ଧ ଶେଷ.
ତିନି ରଥର ୪୨ ଗୋଟି ଚକ ମଧ୍ୟରୁ ଆଜିସୁଦ୍ଧା ତିନି ରଥର ୩୯ ଗୋଟି ଚକ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ପରେ ତିନି ରଥର ମୋଟ ୪୨ ଗୋଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହେବ। ଆଜି ତିନି ରଥର ମହାରଣାମାନେ ଗୋଟିଏ ଗୋଟିଏ ଚକ ନିର୍ମାଣ ଶେଷ ପରି ଶେଷ ଚକ ର ପଇ ବିନ୍ଧ ଆରମ୍ଭ କରିଛନ୍ତି, ଏଥିସହ ଭୋଇ ସେବକ ମାନେ ତିନିରଥ ଶେଷ ଚକର ତୁମ୍ବ ରେ ସିଙ୍ଗଡ଼ା ଗାଡ଼ିଆ କାର୍ଯ୍ୟ ଯନ୍ତା ଗାଡ଼ ଠାରେ ଶେଷ କରିଛନ୍ତି ଆସନ୍ତା କାଲି ତିନି ରଥର ଶେଷ ସିଙ୍ଗଡ଼ା ବାଡ଼ିଆ ତୁମ୍ବ ତିନିରଥ ଚାଳି ମହାରଣା ମାନଙ୍କୁ ହସ୍ତାନ୍ତର କରି ସରିବାପରେ ଯନ୍ତା ଗାଡ଼ ମୁଜାପର୍ବ ଭୋଇ ସେବକଙ୍କ ଦ୍ଵାରା ସମ୍ପନ୍ନ ହେବ।
ଆଜି ତିନିରଥ ର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ଏବଂ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ ଗୋଟି ଲେଖାଏଁ ୨୦ ଫୁଟିଆ ଚଉପଟ ଭୂଇଁ ଚଉତା କାଠର ବିନ୍ଧ ଅନୁକୂଳ ପୂଜା ତିନିରଥ ର ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ପରେ ଉକ୍ତ ଚଉତା କାଠ ଗୁଡ଼ିକରେ ୫ ଟି ଲେଖାଏଁ ପାଖୁଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି।
ଏଥିସହ ଆଜି ତିନି ରଥର ୪୨ ଗୋଟି ଯୋକା ର ନିର୍ମାଣ କାର୍ଯ୍ୟ ଶେଷ ଗୋଇଛି, ତିନି ରଥର ଏହି ୧୮ ଫୁଟିଆ ଜୋକା ଗୁଡ଼ିକ ତିନି ରଥର ଅଖ, କୁଡୁକା,ଗୟଳ ଏବଂ ନିରାଡି କୁ ମଜବୁତ୍ ଜାରୀ ବାନ୍ଧି ରଖିବାରେ ସହାୟକ ହୋଇଥାଏ ।
ଏଥିସହ ଆଜି ତିନି ରଥର ୮ ଟି ଲେଖାଏଁ ୨୦ ଫୁଟିଆ ୧୪ ନହାକା ର ଚଉପଟ କାର୍ଯ୍ୟ ଶେଷ ହୋଇ ସେଗୁଗୁକର ଆଠ କଣି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ରୂପକାର- ତିନି ରଥର ରୂପକାର ମାନେ କୋଣ ଗୁଜ ବା ସାଲ ଗୁଜ ରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିବା ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।
କମାର ଶାଳ- ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଘଡି ମୁହଁ ଦଣ୍ଡା କଣ୍ଟା, ଦଣ୍ଡା ବିଡିଆ ଅଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା-ଦୋଳବେଦୀ ଠାରେ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ରେ ରଥ ଉପରେ ମହାପ୍ରଭୁଙ୍କ ପୂଜା ରେ ଆବଶ୍ୟକ କାଠ ନିର୍ମିତ ଉପକରଣ ମାନ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୬
ତିନିରଥ କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ (ପାଣି ବାଲା) – ୧
ମୋଟ – ୨୦୫ ଜଣ

























