
By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣ ର ସପ୍ତମ ଦିବସରେ ରଥ ନିର୍ମାଣକାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟିକା ସମୟରେ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ତିନିରଥର ୪୨ ତୁମ୍ବର ବିନ୍ଧକାର୍ଯ୍ୟ ଜାରୀ. ଗତକାଲି ତିନି ରଥର ୪୨ ଗୋଟି ତୁମ୍ବ ରେ ସୂତା ବଡିଆ ଆରେ , ତୁମ୍ବ ବିନ୍ଧ ଅନୁକୂଳ ପୂଜା ହୋଇ, ପ୍ରତି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକ ଦ୍ଵାରା ଆରମ୍ଭ ହୋଇଥିଲା.
ଆଜି ତିନି ରଥର ୪୨ ଗୋଟି ତୁମ୍ବ ରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଜାରୀ ରଖିଥିବାବେଳେ, କରତୀ ସେବକ ମାନେ ମଧ୍ୟ ତୁମ୍ବ ଗୁଡ଼ିକର ବଳକା ଅଂଶ ର ଘେର କଟା କାର୍ଯ୍ୟ ଜାରୀ ରଖିଛନ୍ତି।
କମାର ଶାଳ-ଦୋଳ ବେଦୀସ୍ଥ୍ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥ ର ମୋଟ ୪୨ ଗୋଟି ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ୬/୭” ସାଇଜ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି, ଏଥି ସହ ୪୨ ଗୋଟି ତୁମ୍ବ ପାଇଁ ଆବଶ୍ୟକ ୪୨ ଯୋଡା ପନ୍ଦାରିବଳା ନିର୍ମାଣ ଜାରୀ ରଖିଛନ୍ତି।
ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୬୦
ତିନିରଥ ର ଭୋଇ ସେବ – ୩୬
ତିନିରଥ ର କରତୀ ସେବକ – ୪
ତିନିରଥ ର କମାର ସେବକ – ୧୦
ତୁମ୍ବ ବିନ୍ଧ କାରୀଗର – ୧
ରଥ ଖଳା ସହାୟକ(ପାଣିବାଲା) ୧
ମୋଟ – ୧୧୨ ଜଣ






![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)



















