By Our Correspondent
BHUBANESWAR: ମୋଦି ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଘର ଦେଇଛନ୍ତି । ତେଣୁ ଓଡ଼ିଶା ସରକାର ଗରିବ ଲୋକଙ୍କ ଉପରେ ଚାପ ନ ପକାଇ ନିଜେ ଦାୟିତ୍ୱ ନିଅନ୍ତୁ ଓ ଆବାସ ତାଲିକାରେ ସାଧୁତା ଅବଲମ୍ବନ କରି ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ସାମିଲ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାଁ ଭର୍ତ୍ତି କରିବା ପାଇଁ ଓଡିଶା ପାଇଁ ନିୟମକୁ କୋହଳ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ଉଚିତ୍ । ୨୦୧୮ ରୁ ୨୦୧୯ର ଅଧା ସମୟ ପର୍ଯ୍ୟନ୍ତ ଆବାସ ପ୍ଲସ ପୋର୍ଟାଲ ଖୋଲା ହୋଇ ରହିଲା । ସେହି ସମୟରେ ଓଡିଶା ସରକାର ଯୋଗ୍ୟ ହିତାଧିକାରୀମାନଙ୍କ ନାମ ସାମିଲ କଲେ ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲିବା ପାଇଁ ବିଭାଗୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଅନୁରୋଧ କରାଗଲା । ପିଏମ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ ଅତିରିକ୍ତ ୮ ଲକ୍ଷ ଘର ଓ ଫୋନି କ୍ଷତିଗ୍ରସ୍ତଙ୍କୁ ୧.୫ ଲକ୍ଷ ଘର ଅର୍ଥାତ୍ ମୋଟ ସାଢେ ୯ ଲକ୍ଷ ଘର ଓଡ଼ିଶାକୁ ଦିଆଯିବ ବୋଲି ନିଷ୍ପତି ହେଲା । ରାଜ୍ୟରେ ପିଏମ ଆବାସ ଯୋଜନା ନେଇ ବିଭିନ୍ନ ଟିପ୍ପଣୀ ହେବା କାରଣରୁ ସାଢେ ୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ରଖିଥିବା ସର୍ତ୍ତରେ ରାଜ୍ୟ ସରକାର ସମ୍ମତି ଜଣାଇଥିଲେ ।
ଆବାସ ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଭୁଲବଶତଃ ରହିଥିଲେ ଲୋକମାନେ ଅଭିଯୋଗ କରିବା ନେଇ ରାଜ୍ୟ ସରକାର କହିଛନ୍ତି । ମାତ୍ର ବାସ୍ତବରେ ଦେଖିଲେ ଯଦି ଗାଁର ପ୍ରତିପତ୍ତିଶାଳୀ ଲୋକ ଆବାସ ପାଇବା ପାଇଁ ଅଯୋଗ୍ୟ ଥିବା ସତ୍ତ୍ୱେ ତାଲିକାରେ ଅସାଧୁ ଉପାୟରେ ନାଁ ଭରିଲେ ତେବେ ସେ ଅଞ୍ଚଳର ଗରିବ ଲୋକ ସେହି ବ୍ୟକ୍ତି ବିରୋଧରେ ପ୍ରତିବାଦ ନ କରିପାରେ । ଏଭଳି ଆଶଙ୍କା ଦେଖାଯାଇଥିବାରୁ ବ୍ଲକ ଗୁଡିକରେ ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଚାପ ସୃଷ୍ଟି ନ କରି ସଠିକ୍ ତର୍ଜମା କରି ଘର ପାଇବାକୁ ଯୋଗ୍ୟ ଲୋକଙ୍କ ନାଁ ସାମିଲ କରନ୍ତୁ ।
ଶ୍ରୀ ପ୍ରଧାନ କହିଛନ୍ତି ଏବେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତଓ୍ୱାରୀ ବିଭିନ୍ନ ବ୍ଲକରେ ଆବାସ ତାଲିକା ଲଗାଯିବା ପରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ନ ଥିବା କଥା ସାମ୍ନାକୁ ଆସିଛି । ପୂର୍ବରୁ ଅନୁରୂପ ଭାବରେ ପିଏମ ଆବାସରେ ୧୮ ଲକ୍ଷ ଘର ଆସିବା ପରେ ସମାନ ଅଭିଯୋଗ ଆସିଥିଲା । ଏବେ ଅତିରିକ୍ତ ସାଢେ ୯ ଲକ୍ଷ ଘର ଓଡ଼ିଶାକୁ ମିଳିବା ପରେ ଯୋଗ୍ୟ ଲୋକଙ୍କୁ ଘର ମିଳୁ ବୋଲି କେନ୍ଦ୍ର ସରକାର ଅପେକ୍ଷା ରଖିବା ସ୍ୱାଭାବିକ । ଏ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡିବ । ଏତେ ଟଙ୍କା ଆସିବାରେ ମଧ୍ୟ ଯଦି ଯୋଗ୍ୟ ଲୋକ ଘ ର ପାଇବେ ନାହିଁ ତେବେ ତାହା ଗମ୍ଭୀର ବିଷୟ.












![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)












