By Our Correspondent
BHUBANESWAR: ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ବଦ୍ଧପରିକର । ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ବିଜେଡି ନେତାମାନେ ନିଜ ନେତୃତ୍ୱ ପ୍ରତି ଆସ୍ଥା ହରାଇ ବିଜେପିରେ ଯୋଗଦାନ କରୁଛନ୍ତି । ଏହି ଅବସରରେ ଆଜି ବରୀର ପୂର୍ବତନ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ସହ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର ଦାସ, ବ୍ରହ୍ମବରଡା ସରପଂଚ ମମତା ଶୁଭଦର୍ଶୀନି ଦେଓ, ସମିତି ସଭ୍ୟା ରୁକ୍ଶାନା ପରବିନ୍, ବରିଷ୍ଠ ଆଇନଜିବୀ ବିରଜା ପରିଡା ଓ ତାଙ୍କ ସହ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରପଂଚ, ପୂର୍ବତନ ସରପଂଚ, ସମିତିସଭ୍ୟ, ପୂର୍ବତନ ସମିତିସଭ୍ୟ, ବିଜେଡି ନେତୃବୃନ୍ଦ ଏବଂ ପ୍ରମୁଖ ବ୍ୟକ୍ତିବିଶେଷ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି କଟକ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା ଅର୍ବାନ୍ କୋପରେଟିଭ ବ୍ୟାଙ୍କ ସଭାପତି ପ୍ରଫୁଲ କୁମାର ମହାପାତ୍ର, ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ଧର୍ମେଶ୍ ନାୟକ, ବିଜେଡି ରାଜ୍ୟ ସମ୍ପାଦକ ବିଜୟ ବେହେରା, ସଲିମ ଖାନ୍, ସମ୍ବିତ୍ ସାମଲ ପ୍ରମୁଖ ନିଜ ନିଜ ଶତାଧିକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର ମାଛକୋଟ ପଂଚାୟତର ସରପଂଚ ମଙ୍ଗୁଳୁ ପାତ୍ର, ପିଂଟୁ ପ୍ରଧାନ, ସରୋଜକାନ୍ତ ତ୍ରିପାଠୀ, ତ୍ରିନାଥ ନାଏକ, ପ୍ରମୋଦ ଗୌଡ୍ର; ମୁଣ୍ଡମରାଇ ପଂଚାୟତର ଶିବ ଶଙ୍କର ପାତ୍ର, ଅଭିମନ୍ୟୁ ସେଠୀ, ନାରାୟଣ ଗୌଡ, ଜେ. ଜମୁନା ରାଓ; ଶ୍ରଦ୍ଧାପୁର ପଂଚାୟତର ଧୋବା ଗୌଡ; ରୁଗୁମୁ ପଂଚାୟତର ଅଶ୍ୱିନୀ ସ୍ୱାଇଁ, ଆଶିଷ କୁମାର ସ୍ୱାଇଁ, ଆଧମ ନାଏକ, କାଳୁଚରଣ ପାଣିଗ୍ରାହୀ; ଝାଡବନ୍ଧ ପଂଚାୟତର ରତ୍ନାକର ପ୍ରଧାନ, ଗୌରହରି ଗୌଡ, କୋରା ବିଶୋଇ, ପୂର୍ଣ୍ଣଚନ୍ଦ୍ର ବେହେରା, କସ୍ତୁରୀ ଗୌଡ; ଆର୍ ଦାମୋଦରପଲ୍ଲି ପଂଚାୟତର ଚିରଞ୍ଜିବ୍ ରେଡ୍ଡୀ, ଜି. ଜମୁନା ରେଡ୍ଡୀ; ଦେଙ୍ଗଡି ପଂଚାୟତର ବବିତା ସ୍ୱାଇଁ, ଭଜରାମ ପାତ୍ର; ଝାରପଡି ପଂଚାୟତର ଗରିବ ନାୟକ, ଜଟିଆ ନାୟକ; ପାଟିଗୁଡା ପଂଚାୟତର ବୁଡୁ ନାୟକ, ବିଜୁ ନାୟକ; ଜିଉରା ପଂଚାୟତର ସୁବାଷ ଚନ୍ଦ୍ର ବଡତିଆ; ବଳରାମପୁର ପଂଚାୟତର ନିଳିମା ମଣ୍ଡଳ ପ୍ରମୁଖ ବିଜେଡି ନେତୃବୃନ୍ଦ ନିଜ ନିଜ ଶତାଧିକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ସଂଗଠକ ବିଭୂତି ଭୂଷଣ ପଟ୍ଟନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିିଲ ହୋଇଛନ୍ତି ।
ସେହିପରି ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରତିନିଧି ତଥା ଯୁବ ବିଜେଡି ସଭାପତି ଅସିତ୍ କୁମାର ଦାଶ, ପୂର୍ବତନ ରାଜ୍ୟ ମହିଳା ସମ୍ପାଦିକା ରଶ୍ମୀତା ନାୟକ ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିିଲ ହୋଇଛନ୍ତି ।
ସେହିପରି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଅକ୍ଷୟ କୁମାର ଲେଙ୍କା, ପୂର୍ବତନ ସରପଂଚ ତପନ କୁମାର ଗୋଚ୍ଛାୟତ, କଂଗ୍ରେସ ନେତା କଳ୍ପତରୁ ଖଟୁଆ, ସମାଜସେବୀ ସହଦେବ ଜେନା, ନିହାର ରଞ୍ଜନ ଚଉଧୁରୀ ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିିଲ ହୋଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ସଦସ୍ୟତା ଗ୍ରହଣ କରାଇଥିଲେ । ଏହି ଅବସରରେ ବରିଷ୍ଠ ନେତ୍ରୀ ସଂଚିତା ମହାନ୍ତି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ ରବି ନାରାୟଣ ବେହେରା, ବିଧାୟକ ଆକାଶ ଦାସ ନାୟକ, ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ମନୋଜ ମହାପାତ୍ର, ପବିତ୍ର ଦାଶ, ଜିଲ୍ଲା ସଭାପତି ଗୌତମ ରାୟ, ଲଲାଟେନ୍ଦୁ ବଡୁ, ତାପସ ମାର୍ଥା, ବରିଷ୍ଠ ନେତ୍ରୀ ବବିତା ମଲ୍ଲିକ, ପ୍ରତ୍ୟୁଷା ରାଜେଶ୍ୱରୀ, ସତ୍ୟ ସାରଥୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।












![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)












