ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ପାଚକ, ପାଚିକାମାନଙ୍କ ସୁବିଧାକୁ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ Rs ୩୦୦୦କୁ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ Rs ୧୧୨ କୋଟି Rs ୯ ଲକ୍ଷ ଟଙ୍କା ବ୍ୟୟ କରିବେ

0
332
Chief Minister Mohan Charan Majhi-file

By Our Correspondent

BHUBANESWAR:    ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ପାଚକ, ପାଚିକାମାନଙ୍କ ସୁବିଧାକୁ ଗୁରୁତ୍ୱ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ₹୩୦୦୦କୁ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ଏହାଦ୍ୱାରା ୧.୧୨ ଲକ୍ଷ ପାଚକ,ପାଚିକା ଉପକୃତ ହେବେ।

ଏହି ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି। ପାଚକ, ପାଚିକାମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

 

LEAVE A REPLY

Please enter your comment!
Please enter your name here