
By Our Correspondent
ANGUL/BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ନବଦିନାତ୍ମକ ଯାତ୍ରାର ଶେଷ ଦିନରେ ମା’ଙ୍କ ଆଶୀର୍ବାଦ ନେବା ସହ ଜଗତର କଲ୍ୟାଣ ପାଇଁ ସେ ପ୍ରାର୍ଥନା କରିଛନ୍ତି ।
ଶ୍ରୀ ପ୍ରଧାନ ମା’ଙ୍କ ପବିତ୍ର ଉଭାସ୍ଥଳୀକୁ ଯାଇ ମଧ୍ୟ ପ୍ରତ୍ୟକ୍ଷ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ଅଗ୍ନିସ୍ୱରୂପା ମା’ଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ । ତାଙ୍କ କରୁଣାରୁ ଅନୁଗୋଳ ଜିଲ୍ଲା ସମ୍ପନ୍ନ ହେବା ସହ ରାଜ୍ୟ ଓ ଦେଶ ଆହୁରି ସମୃଦ୍ଧ ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି।








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















